ବରଗଡ: ଲଙ୍କେଶ୍ବର ବେଶରେ ପଦ୍ମଶ୍ରୀ ହଲଧର ନାଗ । ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ଠାରେ ଚାଲିଥିବା ଶାରଦୀୟ ଦୁର୍ଗାପୂଜା ଅବସରରେ ଲଙ୍କେଶ୍ବର ବେଶରେ ଗ୍ରାମ ପରିକ୍ରମା କାଲେ ପଦ୍ମଶ୍ରୀ ହଳଧର ନାଗ । ଅସତ୍ୟ ଉପରେ ସତ୍ୟର ବିଜୟ । ପାପ ଉପରେ ପୂର୍ଣ୍ଣର ବିଜୟର ବାର୍ତ୍ତା ଦେବା ପାଇଁ ବର୍ଷକୁ ଥରେ ଲଙ୍କେଶ୍ବର ରୂପରେ ଲୋକଙ୍କ ପାଖକୁ ଯାଇଥାନ୍ତି ପଦ୍ମଶ୍ରୀ ହଲଧର ।
ପଦ୍ମଶ୍ରୀ ହଲଧର ନାଗଙ୍କର ବିଭିନ୍ନ ରୂପ ଦେଖିବାକୁ ମିଳିଥାଏ ବିଭିନ୍ନ ଯାତ୍ରା ମାନଙ୍କରେ । ଦୀର୍ଘ ବର୍ଷରୁ ହଲଧର ନାଗ ରଥଯାତ୍ରା ସମୟରେ ଚଣା ବିକ୍ରି କରିଥାନ୍ତି ତ ଆଉ କେତେବେଳେ ନାଟକରେ ଅଭିନୟ କରି ଲୋକଙ୍କ ମନ ଜିଣିଥାନ୍ତି । ବହୁ କଳାର ଅଧିକାରୀ ଥିବା ହଲଧର ନାଗ ଆଜି ରାଜ୍ୟ ତଥା ସାରା ଦେଶରେ ପରିଚିତ ହେଲା ପରେ ମଧ୍ୟ ନିଜର କଳା ପ୍ରଦର୍ଶନକୁ ଭୁଲି ନାହାନ୍ତି ।
ନିଜ ଗ୍ରାମରେ ପୂର୍ବରୁ ଚଳାଇ ଆସୁଥିବା ସେହି ପରମ୍ପରାକୁ ସେ ଆଜି ପଦ୍ମଶ୍ରୀ ହେଲାପରେ ମଧ୍ୟ ପୂର୍ବବତ ପାଳନ କରିଆସୁଛନ୍ତି । ଆଜି ମଧ୍ୟ ପଦ୍ମଶ୍ରୀ ହଲଧର ନାଗଙ୍କର ଲଙ୍କେଶ୍ବର ବେଶକୁ ଦେଖି ଲୋକେ ବେଶ ଆନନ୍ଦିତ ହୋଇଛନ୍ତି ।
ଇଟିଭି ଭାରତ, ବରଗଡ