ETV Bharat / state

Padmapur By Poll: ବିଭିନ୍ନ ଦାବି ନେଇ CEOଙ୍କୁ ଭେଟିଲା ବିଜେପି

ପଦ୍ମପୁର ଉପନିର୍ବାଚନ (Padmapur By Poll) ପରିପ୍ରେକ୍ଷୀରେ ଆଜି ଦୁଇ ଦଫା ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ(CEO) ସାକ୍ଷାତ କରିଛି ବିଜେପିର 4 ଜଣିଆ ପ୍ରତିନିଧି ଦଳ । ଅଧିକ ପଢନ୍ତୁ

author img

By

Published : Nov 19, 2022, 8:34 PM IST

Padmapur By Poll: ବିଭିନ୍ନ ଦାବି ନେଇ CEO ଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (Padmapur By Poll) ପରିପ୍ରେକ୍ଷୀରେ ଆଜି ଦୁଇ ଦଫା ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ(CEO) ସାକ୍ଷାତ କରିଛି ବିଜେପିର 4 ଜଣିଆ ପ୍ରତିନିଧି ଦଳ । କେତେକ ସ୍ଥାନରେ ସରକାରୀ କର୍ମଚାରୀ ଶାସକ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ବିଜେପି । କାର୍ଯ୍ୟାନୁଷ୍ଠାନ ନହେଲେ ପୁନଃ ତଥ୍ୟ ପ୍ରମାଣ ସହ CEOଙ୍କ ନିକଟରେ ଫେରାଦ ହେବା ନେଇ ବିଜେପି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ।

ବିଭିନ୍ନ ସରକାରୀ କର୍ମଚାରୀ ଭିନ୍ନଭିନ୍ନ ସ୍ଥାନରେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ ଆଣିଛି । ତେଣୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର କୌଣସି ସରକାରୀ କର୍ମଚାରୀଙ୍କୁ ନିର୍ବାଚନୀ ପରିଚାଳନାର କୌଣସି କାର୍ଯ୍ୟ ନଦେବାକୁ ଦାବି କରିଛି ବିଜେପି । ଏହାସହ ବୁଥ ଭିତରକୁ କୌଣସି ମୋବାଇଲ ଫୋନ୍‌ ଅନୁମତି ନ ଦେବାକୁ ଦାବି କରିଛି । ସରକାରୀ କର୍ମଚାରୀମାନେ ବିଜେଡି ପାଇଁ ପ୍ରଚାର ନ କରନ୍ତୁ ବୋଲି CEOଙ୍କ ନିକଟରେ ମଧ୍ୟ ଦାବି ରଖିଛି ଦଳ ।

ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି ଟିମ ସିଇଓଙ୍କୁ ଭେଟିଥିଲା । ଆଗକୁ ପଦ୍ମପୁର ଉପନିର୍ବାଚନ ଥିବା ବେଳେ ଏହାକୁ ନେଇ ବିରୋଧୀ ଶାସକ ବିଭିନ୍ନ ଅଭିଯୋଗ ନେଇ CEOଙ୍କ ନିକଟରେ ଫେରାଦ ହେବା ପର୍ବ ଆରମ୍ଭ ହୋଇ ଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.