ETV Bharat / state

Padmapur By-Poll: ଜିଲ୍ଲା ମାନ୍ୟତା ଦାବି ଓ ଚାଷୀ ସମସ୍ୟା ହେବ ସବୁ ଦଳ ପାଇଁ ବଡ ମୁଦ୍ଦା ! - ପଦ୍ମପୁର ଉପନିର୍ବାଚନ

ଚାଷୀଙ୍କ ଫସଲବୀମା ସମସ୍ୟା ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ପରି 2 ସ୍ଥାନୀୟ ଦାବି ପାଇଁ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ 3 ପ୍ରମୁଖ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା । ଏଭଳି ପରିସ୍ଥିତିରେ ଏହି 2 ପ୍ରସଙ୍ଗ ନିର୍ବାଚନୀ ଫଳାଫଳରେ ମୁଖ୍ୟ ଭୂମିକା ନିଭାଇବ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Padmapur By Poll
Padmapur By Poll
author img

By

Published : Nov 18, 2022, 10:30 PM IST

ପଦ୍ମପୁର/ସମ୍ବଲପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲା । ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ ହୋଇଛି । ଏବେ ମୈଦାନରେ 11 ଜଣ ପ୍ରାର୍ଥୀ ରହିଛନ୍ତି । ବର୍ତ୍ତମାନ ନିର୍ବାଚନୀ ଉଷ୍ମତା ସ୍ପଷ୍ଟ ବାରି ହେଉଥିବା ବେଳେ ପ୍ରାକ ନିର୍ବାଚନୀ ସମୀକରଣରେ ହଟଚମଟ ସୃଷ୍ଟି କରିଛି । 2ଟି ପ୍ରମୁଖ ସମସ୍ୟା । ପ୍ରଥମଟି ଚାଷୀଙ୍କ ଫସଲବୀମା ଓ ଅନ୍ୟଟି ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଦାବି । ଏହି 2ଟି ପ୍ରସଙ୍ଗକୁ ପାଥେୟ କରି ବର୍ତ୍ତମାନ ପ୍ରତ୍ୟେକ ଦଳ ବିଭିନ୍ନ ରାଜନୈତିକ ଗୋଟି ଚାଳନା କରୁଛନ୍ତି। ଆଉ ଏହି 2 ଟି ପ୍ରସଙ୍ଗ ଏଥରର ଉପନିର୍ବାଚନର ଫଳାଫଳରେ ମୁଖ୍ୟ ଭୂମିକା ନିଭାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

Padmapur By Poll: ଜିଲ୍ଲା ମାନ୍ୟତା ଦାବି ଚାଷୀ ସମସ୍ୟା ହେବ ସବୁ ଦଳ ପାଇଁ ମୁଦ୍ଦା !

ତେବେ ଚାଷୀଙ୍କ ଫସଲବୀମା ସମସ୍ୟା ଓ ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଦାବି ପରି 2 ସ୍ଥାନୀୟ ଦାବି ପାଇଁ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ 3 ପ୍ରମୁଖ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା । ଏଭଳି ପରିସ୍ଥିତିରେ 2 ପ୍ରସଙ୍ଗ ନିର୍ବାଚନୀ ଫଳାଫଳରେ ମୁଖ୍ୟ ଭୂମିକା ନିଭାଇବ ବୋଲି ଚର୍ଚ୍ଚା ହେଉଛି । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦ୍ମପୁର ଜିଲ୍ଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଡିସେମ୍ବର 2023 ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରାଯିବ ବୋଲି ଘୋଷଣା କରିଛି। ଏହାକୁ ଦଳ ତାର ନିର୍ବାଚନୀ ଇସ୍ତାହାରରେ ରଖିବ ବୋଲି କହିଛି । ତେଣୁ ଏହି ପ୍ରସଙ୍ଗ ସ୍ଥାନୀୟ ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଏହାବି ପଢନ୍ତୁ- ପଦ୍ମପୁର ଫାଇଟ, ନାମାଙ୍କନ ଭରିଲେ ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ

ସେହିପରି ରାଜାବୁଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ବକେୟା ଫସଲବୀମା ପ୍ରସଙ୍ଗ ନେଇ ନଭେମ୍ବର 1ରୁ ଆନ୍ଦୋଳନ ଜାରି ରହିଛି। ଏହି ପ୍ରସଙ୍ଗରେ କୃଷକ ସଙ୍ଗଠନ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଥିବା ସ୍ପଷ୍ଟ ବାରି ହେଉଛି। ରାଜ୍ୟ ସରକାର 200 କୋଟିର ଇନପୁଟ ସବସିଡି ଘୋଷଣା କରିଥିଲେ ସୁଦ୍ଧା ଏହା ବହୁତ କମ ଚାଷୀ ଙ୍କ ପାଖକୁ ଆସିଛି । କ୍ରପ କଟିଂ ଆଧାରରେ ଏହା ମିଳୁନଥିବା ଅଭିଯୋଗ କରିଛି ଚାଷୀ ସଙ୍ଗଠନ। ତେଣୁ ଏଥର ଉଚିତ ଦଳକୁ ଭୋଟ ଦେବାକୁ ଲୋକଙ୍କୁ ସଚେତନ କରାଯାଉଛି ବୋଲି କହିଛି ଚାଷୀ ସଙ୍ଗଠନ।

ସେହିଭଳି ଏହି 2 ଟି ପ୍ରସଙ୍ଗ ରେ କଂଗ୍ରେସ ନିଜର ଭୂମିକା ସ୍ପଷ୍ଟ କରି କହିଛି ଯେ ଫସଲବୀମା ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷ ଲଦି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । 2022 ଏପ୍ରିଲ ସୁଦ୍ଧା ଚାଷୀ ଗତ ଋତୁର ଫସଲ ବୀମା ରାଶି ପାଇବାକୁ ଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି ପାଇନି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ସନ୍ତୋଷ କହିଛନ୍ତି 23 ବର୍ଷ ହେଲା ଗୋଟିଏ ବି ଜିଲ୍ଲା, ବ୍ଲକ କି ଉପଖଣ୍ଡ ରାଜ୍ୟ ସରକାର ଗଠନ କରି ନାହାନ୍ତି । ତେଣୁ ସ୍ୱତନ୍ତ୍ର ଜିଲ୍ଲା କରିବାର ପ୍ରତିଶ୍ରୁତି ଏକ ମିଥ୍ୟା ପ୍ରତିଶ୍ରୁତି ବୋଲି କହିଛନ୍ତି ସନ୍ତୋଷ । ତେଣୁ ବିଜେଡି ପଦ୍ମପୁର ବାସୀଙ୍କୁ ଠକୁଥିବା ସେ କହିଛନ୍ତି।

ଏହାବି ପଢନ୍ତୁ- Padmapur ByPoll: ନାମାଙ୍କନ ଭରିଲେ ପ୍ରଦୀପ ଓ ସତ୍ୟଭୂଷଣ, ବିଜୟକୁ ନେଇ କହିଲେ ଏମିତି

ସେହପରି ଶାସକ ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, "ରାଜ୍ୟ ସରକାର ଚାଷୀ ଙ୍କ ପାଇଁ 200 କୋଟିର ଇନପୁଟ ସବସିଡି ଘୋଷଣା କରି ଚାଷୀଙ୍କ ପାଇଁ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି । ପଦ୍ମପୁରକୁ ଜିଲ୍ଲା କରିବାକୁ ମଧ୍ୟ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେଣୁ ଏଥର ସ୍ଥାନୀୟ ଲୋକେ ବିଜେଡି ସପକ୍ଷରେ ଯିବେ । ବିଜେଡି ହିଁ ବିଜୟୀ ହେବ ।"

ଗତ 2014 ରେ ଭୁଲ ରଣନୀତି ଯୋଗୁଁ ଦଳ ହାରିଥିଲା । ତେବେ ଏଥର ବହୁ ବ୍ୟବଧାନରେ ଦଳ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ।

ଏହାବି ପଢନ୍ତୁ- Light Pollution: ମଧୁମେହ ବିପଦ ବଢାଉଛି ମନୁଷ୍ୟକୃତ ଆଲୋକ

ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅବହେଳିତ ପଦ୍ମପୁର ପାଇଁ ବିଜେଡି ଓ କଂଗ୍ରେସକୁ ଦାୟୀ କରିଛନ୍ତି । 1990 ମସିହାରେ ଦାସ କମିଶନ ପଦ୍ମପୁରକୁ ଜିଲ୍ଲା କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହାକୁ କାହିଁକି କରାଗଲାନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଶାସକ ବିଜେଡି କେବଳ ପ୍ରଚାର ସର୍ବସ୍ୱ ରାଜନୀତି କରୁଛି ବୋଲି କହିଛନ୍ତି ସମୀର । ତେବେ ସ୍ଥାନୀୟ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ୱ ନେଇଛନ୍ତି। ତେଣୁ ଏଥର ସ୍ଥାନୀୟ ଲୋକ ବିଜେଡି କୁ ଠିକଣା ଜବାବ ଦେବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବରଗଡ/ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.