ETV Bharat / state

ପାରିତୋଷିକ ବୃଦ୍ଧି ଦାବିରେ କନିଷ୍ଠ ଶିକ୍ଷକ ସଂଘର ବିଶାଳ ରାଲି - increased salary

PAB ହାରରେ ପାରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି ଅନ୍ତର୍ଭୁକ୍ତ କରିବା ଦାବି ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ବରଗଡ଼ ସହରର ନିଶାମଣି ପଡ଼ିଆରୁ ଗତକାଲି(ଶୁକ୍ରବାର) ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

ପାରିତୋଷିକ ବୃଦ୍ଧି ଦାବିରେ କନିଷ୍ଠ ଶିକ୍ଷକ ସଂଘର ବିଶାଳ ରାଲି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

author img

By

Published : Nov 6, 2021, 8:41 AM IST

ବରଗଡ଼: କନିଷ୍ଠ ଶିକ୍ଷକ ସଂଘର ବିଶାଳ ରାଲି । PAB ହାରରେ ପରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି ଅନ୍ତର୍ଭୁକ୍ତ କରିବା ଦାବି ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ବରଗଡ଼ ସହରର ନିଶାମଣି ପଡ଼ିଆରୁ ଗତକାଲି(ଶୁକ୍ରବାର) ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଞ୍ଚ ବର୍ଷ ହେଲା ପାରିଶ୍ରମିକ ବୃଦ୍ଧି ପାଇଁ ସରକାରଙ୍କୁ ନିବେଦନ ଓ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ସରକାର କନିଷ୍ଠ ଶିକ୍ଷକ ମାନଙ୍କର ପାରିଶ୍ରମିକ ଏକ ଟଙ୍କା ମଧ୍ୟ ବୃଦ୍ଧି କରିନଥିବା ଅଭିଯୋଗ କରିଛନ୍ତି ବରଗଡ଼ ଜିଲ୍ଲା କନିଷ୍ଠ ସଂଘ ।

ପାରିତୋଷିକ ବୃଦ୍ଧି ଦାବିରେ କନିଷ୍ଠ ଶିକ୍ଷକ ସଂଘର ବିଶାଳ ରାଲି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପାଖାପାଖି ତିନିଶହ ଶିକ୍ଷକ ରାଲି ମାଧ୍ୟମରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦରମା ବୃଦ୍ଧି ନେଇ ନାରାବାଜି କରିଛନ୍ତି । PAB ହାରରେ ପାରିତୋଷିକ ବୃଦ୍ଧି, ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି କନିଷ୍ଠ ଶିକ୍ଷକଙ୍କୁ ଅନ୍ତର୍ଭୁକ୍ତ କରିବା ଓ ସମସ୍ତ ବର୍ଗର କନିଷ୍ଠ ଶିକ୍ଷକଙ୍କୁ ୧୦ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ଅନୁକମ୍ପା ରାଶି ପ୍ରଦାନ କରିବା ଆଦି ଦାବି କରିଛି ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ।

ତିନି ଦଫା ଦାବିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି କଡା ଚେତାବନୀ ଦେଇଛି ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.