ବରଗଡ: କୋରୋନା ମହାମାରୀ ପାଇଁ ରାଜ୍ୟ ସରକାର ଶ୍ରମିକ ଶ୍ରେଣୀର ବହୁ ଗରିବମାନଙ୍କୁ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରୁଥିବାବେଳେ ପ୍ରକୃତ ହିତାଧିକାରୀ ପାଇପାରୁନାହାଁନ୍ତି ରାଜ୍ୟ ସରକାରଙ୍କ ସହାୟତା ରାଶି । ବହୁ ଶ୍ରମିକଙ୍କ ଜବ କାର୍ଡ଼ ରହିଥିଲେ ମଧ୍ୟ ତାଙ୍କୁ ମିଳିପାରୁନି ସରକାରଙ୍କ ଘୋଷିତ 1500 ଟଙ୍କାର ସହାୟତା ଅର୍ଥ । ଏଥିସହିତ ସେମାନେ ଏ ଅଫିସ ସେ ଅଫିସ ଦୌଡି ଅଯଥାରେ ହଇରାଣ ଓ ଖର୍ଚ୍ଚାନ୍ତ ହେଉଛନ୍ତି ବହୁ ଗରିବ ପରିବାର ।
ବରଗଡ ଜିଲ୍ଲାର ବହୁ ଶ୍ରମିକଙ୍କୁ ମିଳୁନାହିଁ ଶ୍ରମିକ ସହାୟତା 1500 ଟଙ୍କା । ଯାହାଫଳରେ ବହୁ ଶ୍ରମିକ ଅଟୋ ଭଡ଼ା କରି ବାରମ୍ବାର ଦୌଡୁଛନ୍ତି ଜିଲ୍ଲା ଶ୍ରମ ଅଫିସ ଓ ଜିଲ୍ଲାପାଳ ଅଫିସ । ତେବେ ଶନିବାର ଖଲିଆପାଲି ଗ୍ରାମର ବହୁ ମହିଳା ଶ୍ରମିକ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ପହଞ୍ଚିଛନ୍ତି ଯେ ତାଙ୍କୁ କେବେ ମିଳିବ ସରକାରଙ୍କ ଆର୍ଥିକ ସହାୟତା ରାଶି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ