ETV Bharat / state

'ମୁଁ ଗୁଡ୍ଡୁ ମୁସଲିମ ନୁହେଁ', ସାମ୍ନାକୁ ଆସିଲେ ଭିଡିଓରେ ଭାଇରାଲ ହେଉଥିବା ବ୍ୟକ୍ତି - ସାମ୍ନାକୁ ଆସିଲେ ଭିଡିଓରେ ଭାଇରାଲ ହେଉଥିବା ଯୁବକ

ବରଗଡ଼ ସୋହେଲାର ମସଜିଦକୁ ଗୁଡ୍ଡୁ ମୁସଲିମ ଆସିଥିବା ଏକ ଭିଡିଓ ଗଣମାଧ୍ୟମରେ ଘୁରି ବୁଲୁଛି । ତେବେ ଏହି ଭିଡିଓରେ ଗୁଡ୍ଡୁ ମୁସଲିମ ନୁହେଁ ଅନ୍ୟଜଣେ ମୁସଲିମ ବ୍ୟବସାୟୀ ରହିଥିବା ନେଇ ବ୍ୟବସାୟୀ ଜଣକ ନିଜେ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସାମ୍ନାକୁ ଆସିଲେ ଭିଡିଓରେ ଭାଇରାଲ ହେଉଥିବା ବ୍ୟକ୍ତି

author img

By

Published : May 10, 2023, 7:05 AM IST

ସାମ୍ନାକୁ ଆସିଲେ ଭିଡିଓରେ ଭାଇରାଲ ହେଉଥିବା ବ୍ୟକ୍ତି

ବରଗଡ଼: "ମୁଁ ଗୁଡ୍ଡୁ ମୁସଲିମ ନୁହେଁ । ମୋ ନାମ ହେଉଛି ଶେଖ ହମିଦ ମହମ୍ମଦ । ହେଲେ ଜାତୀୟ ଗଣମାଧ୍ୟମରେ କାହିଁକି ମତେ ଗୁଡ୍ଡୁ ମୁସଲିମ ବୋଲି କୁହାଯାଉଛି ଏବଂ ମୋର ଭିଡିଓକୁ ଭାଇରାଲ କରାଯାଉଛି ?" ଏପରି ପ୍ରଶ୍ନ ଉଠାଇଛନ୍ତି ବରଗଡ ଜିଲ୍ଲା ସୋହେଲାର ଜଣେ ମୁସଲିମ ବ୍ୟବସାୟୀ । ସେ ରମଜାନ ସମୟରେ ସୋହେଲାର ମସଜିଦକୁ ଆସିଥିଲେ ନମାଜ ପାଠ ପାଇଁ । ଜାତୀୟ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହା ବରଗଡ଼ ଜିଲ୍ଲାରେ ଗୁଡ୍ଡୁ ମୁସଲିମର ବୋଲି କୁହାଯାଉଥିଲା । ତେବେ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ସୋହେଲାର ଜଣେ ବ୍ୟକ୍ତି ଗତକାଲି(ମଙ୍ଗଳବାର) ଗଣମାଧ୍ୟମ ସାମନାକୁ ଆସିଛନ୍ତି । ଭାଇରାଲ ହେଉଥିବା ଭିଡିଓଟି ମୋର ଏବଂ ମୁଁ ଗୁଡ୍ଡୁ ମୁସଲିମ ନୁହେଁ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶରେ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଗୁଡ୍ଡୁ ମୁସଲିମ ନାମକ ଆସାମୀ ଫେରାର ହୋଇଯାଇଥିବା ବେଳେ ବରଗଡ଼ ଜିଲ୍ଲା ସହିତ ଗୁଡ୍ଡୁ ମୁସଲିମର ଲିଙ୍କ ରହିଥିବା ନେଇ ୟୁପି ପୋଲିସ ହାତରେ ସୁରାକ ଲାଗିଥିଲା । ଏପ୍ରିଲ ୧୭ ତାରିଖରେ ବରଗଡ଼ ପହଞ୍ଚିଥିଲେ ୟୁପି ପୋଲିସ ଏବଂ STF ଟିମ । ରାଜା ଖାନ ନାମକ ବରଗଡ଼ ଜିଲ୍ଲାର କୁଖ୍ୟାତ ଅପରାଧୀକୁ ପୋଲିସ ଜେରା କରିବା ସହିତ ରାଜା ଖାନର ବିଭିନ୍ନ ସ୍ଥାନରେ ରହିଥିବା ଘର ଗୁଡ଼ିକରେ ଚଢାଉ କରାଯାଇଥିଲା । ସୋହେଲାର ମସଜିଦକୁ ଗୁଡ୍ଡୁ ଆସିଥିବା ସନ୍ଦେହ କରି ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଗୁଡିକୁ ଜବତ କରି ୟୁପି ପୋଲିସ ନେଇଥିଲା STF ଟିମ ।

ୟୁପି ପୋଲିସ କୁଖ୍ୟାତ ଅପରାଧି ଗୁଡ୍ଡୁ ମୁସଲିମକୁ ଖୋଜି ବୁଲୁଥିବା ବେଳେ ବରଗଡ ଜିଲ୍ଲାରେ ଗୁଡ୍ଡୁର ଲିଙ୍କ ବାହାରିବା ସମସ୍ତ ବରଗଡବାସୀଙ୍କୁ ଭୟଭୀତ କରିଛି । ବରଗଡରେ STF ଟିମ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ବରଗଡର ରାଜା ଖାନ ନାମକ ଜଣେ କୁଖ୍ୟାତ ଅପରାଧୀର ବରଗଡ ଟାଉନ ଅମ୍ବାପାଳି ସ୍ଥିତ ଘରେ ଏବଂ ଓଡିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ସୋହେଲା ସ୍ଥିତ ଲୁହୁରାଚଟି ଠାରେ ଥିବା ଘରେ STF ଟିମ ଛାନଭିନ କରି ରାଜାକୁ ଜେରା କରିଥିଲେ । ତେବେ କଣ ପ୍ରକୃତରେ ଗୁଡ୍ଡୁ ମୁସଲିମ ବରଗଡ ଜିଲ୍ଲାକୁ ଆସିଥିଲା ? କଣ ସେ ରାଜା ଖାନର ସହାୟତା ଲୋଡିଥିଲା ଲୁଚିବା ପାଇଁ ? ୟୁପିର ଫେରାର କୁଖ୍ୟାତ ଅପରାଧୀକୁ କଣ ରାଜା ଖାନ ସାହାଯ୍ୟ କରିଥିଲା ? ଏପରି ନାନା ପ୍ରଶ୍ନ ଲୋକଙ୍କ ମନରେ ଆସୁଥିବା ବେଳେ ବରଗଡ ଏସପି ଏନେଇ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ ।

ତେବେ ଗୁଡ୍ଡୁ ମୁସଲିମ ଓଡିଶାର ପୁରୀ ଜିଲ୍ଲାରେ ଥିବା ଖବର ପୂର୍ବରୁ ଆସିଥିବା ବେଳେ ବରଗଡ ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଜାତୀୟ ଗଣମାଧ୍ୟମରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଭିଡିଓକୁ ଗୁଡ୍ଡୁ ମୁସଲିମ ବୋଲି ଖବର ପ୍ରସାରିତ ହେବାପରେ ସେହି ମାମଲା ପୁଣି ବରଗଡରେ ଚର୍ଚ୍ଚାରେ ଆସିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.