ETV Bharat / state

ଅଦିନିଆ ବର୍ଷାରେ ଭିଜିଲା ମଣ୍ଡିର ଧାନ ଚିନ୍ତାରେ ବରଗଡ ଜିଲ୍ଲାର ଚାଷୀ

author img

By

Published : Jun 5, 2020, 6:43 PM IST

ଅଦିନିଆ କାଳବୈଶାଖୀ ବର୍ଷା ଭାତହାଣ୍ଡିର ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି |ବରଗଡ ଜିଲ୍ଲାର ଚାଷୀ ଲକଡାଉନ ଯୋଗୁଁ ବହୁ କଷ୍ଟରେ ରୋଗ ପୋକ ଦାଉରୁ ନିଜ ଫସଲକୁ ବଞ୍ଚାଇ ଧାନ ସଂଗ୍ରହ କରିଥିଲେ| ଅଧିକ ପଢନ୍ତୁ...

farmers-of-bargarh-are-faceing-problem-on-unseassion-rain-in-paddy-mandi
ଅଦିନିଆ ବର୍ଷାରେ ଭିଜିଲା ମଣ୍ଡିର ଧାନ ଚିନ୍ତାରେ ବରଗଡ ଜିଲ୍ଲାର ଚାଷୀ

ବରଗଡ: ଅଦିନିଆ କାଳବୈଶାଖୀ ବର୍ଷା ଭାତହାଣ୍ଡିର ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି | ଲକଡାଉନ ଯୋଗୁଁ ବହୁ କଷ୍ଟରେ ରୋଗ ପୋକ ଦାଉରୁ ନିଜ ଫସଲକୁ ବଞ୍ଚାଇ ଧାନ ସଂଗ୍ରହ କରିଥିଲେ ବରଗଡ ଜିଲ୍ଲାର ଚାଷୀ |

ଜିଲ୍ଲାରେ ଶ୍ରମିକ ଅଭାବ କାରଣରୁ ଖରାତରାରେ ଦିନରାତି କରି ନିଜ ବିଲରୁ ବହୁ ପରିଶ୍ରମ ପରେ ଯାଇ ଅମଳ ଧାନ ଘରକୁ ଆଣିପାରିଥିଲେ ଚାଷୀ | କିଏ ଧାନ ସବୁ ମଣ୍ଡିରେ ପକାଇଥିଲା ବିକ୍ରି ପାଇଁ ତ ଆଉକିଏ ବିଲରେ ପ୍ରସ୍ତୁତ କରିସାରିଥିଲା ମଣ୍ଡିକୁ ନେବା ପାଇଁ । ମାତ୍ର ଦୁଇ ଦିନ ଧରି ଅଦିନିଆ ବର୍ଷା ଯୋଗୁଁ ଧାନ ସବୁ ବର୍ଷା ପାଣିରେ ଭିଜି ଗଜା ହୋଇଗଲାଣି | ଏବେ ନାଁ ମିଲର୍ସ ଏପରି ଧାନକୁ ନେବା ପାଇଁ ପ୍ରସ୍ତୁତ ନାଁ ଚାଷୀ ନିକଟରେ ଆଉ ଧର୍ଯ୍ୟ ଅଛି ପୁଣି ଘରକୁ ନେଇ ଧାନକୁ ଶୁଖାଇ ମଣ୍ଡିକୁ ଆଣିବା ପାଇଁ | ଏପରି ପରିସ୍ଥିତିରେ ଚାଷୀ ନିଜର ଧାନ ବିକ୍ରି କରିବା ପାଇଁ ଚିନ୍ତାରେ ପଡିଯାଇଛି |

ଧାନ ମଣ୍ଡି ମାନଙ୍କରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ ମାତ୍ର ମଣ୍ଡିରେ ଚାଷୀଙ୍କ ପାଇଁ ଆବଶ୍ୟକ ମୁତାବକ ପାଲ ନଥିବାରୁ ବହୁ ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଯାଇଛି | ଏବେ ଚାଷୀଙ୍କ ପାଇଁ ଧାନର ଅଭାବି ବିକ୍ରିର ଭୟ ରହିଥିବା ବେଳେ ଅନ୍ୟପଟେ ମିଲର୍ସ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପରି ହୋଇଛି |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.