ETV Bharat / state

ଧରାପଡିଲା ନକଲି RTO, ମିଛ କହି ଲୁଟୁଥିଲା ଟଙ୍କା

ବରଗଡ଼ରେ ଧରା ପଡ଼ିଲେ ନକଲି ଆରଟିଓ । ନିଜକୁ RTO ଅଫିସର ପରିଚୟ ଦେଇ ବିଭିନ୍ନ ଗାଡିରୁ ଅର୍ଥ ବସୁଲି କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲା ଅଭିଯୁକ୍ତ । ଗିରଫ ନକଲି RTOଙ୍କ ନାଁ ବିକ୍ରମ ବେହେରା। ଅଧିକ ପଢନ୍ତୁ...

ବରଗଡ଼ରେ ଧରା ପଡ଼ିଲେ ନକଲି RTO, ମିଛ କହି ଲୁଟୁଥିଲେ ଟଙ୍କା

author img

By

Published : Oct 27, 2021, 8:34 AM IST

ବରଗଡ଼: ଧରା ପଡ଼ିଲା ନକଲି ଆରଟିଓ । ନିଜକୁ RTO ଅଫିସର ପରିଚୟ ଦେଇ ବିଭିନ୍ନ ଗାଡିରୁ ଅର୍ଥ ବସୁଲି କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲା ଅଭିଯୁକ୍ତ । ଗିରଫ ନକଲି RTOଙ୍କ ନାଁ ବିକ୍ରମ ବେହେରା। ସେ ନିଜକୁ RTO ପରିଚୟ ଦେଇ ଗାଡ଼ିମାନଙ୍କୁ ଅଟକାଇ ନିଜ ଆକାଉଣ୍ଟରେ ପଇସା ଜମା କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହେବାପରେ ଟାଉନ ଥାନା ପୋଲିସ ନକଲି RTO ଙ୍କୁ ଗିରଫ କରିଛି।

ବରଗଡ଼ରେ ଧରା ପଡ଼ିଲେ ନକଲି RTO, ମିଛ କହି ଲୁଟୁଥିଲେ ଟଙ୍କା

ସୂଚନା ଅନୁଯାୟୀ ବରଗଡ଼ ଟୋଲଗେଟ ନିକଟରେ ଜଣେ ଯୁବକ ନିଜକୁ RTO କହି ଗାଡିମାନଙ୍କୁ ଅଟକାଇ ବେଆଇନ ଚାନ୍ଦା ବସୁଲି କରୁଥିବା ବେଳେ , କିଛି ଲୋକେ ସନ୍ଦେହ କରି ଟାଉନ ଥାନାରେ ଏହାର ଅଭିଯୋଗ କରିଥିଲେ । ତେବେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲା ଓ ଅଭିଯୁକ୍ତଠାରୁ ନକଲି ପିସ୍ତଲ, ମୋବାଇଲ ଓ ବାଇକ ଜବତ କରିଛି । ଏନେଇ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି ।

ଅନ୍ୟପଟେ ବିକ୍ରମ ନିଜକୁ RTO ଅଧିକାରୀ ଓ ପୋଲିସ କହି ପୂର୍ବରୁ ବି ଅନେକ ଲୋକଙ୍କଠାରୁ ଟଙ୍କା ଲୁଟି ଥିବା ଜଣାପଡ଼ିଛି। ତେବେ ଅଧିକ ସୂଚନା ପାଇଁ ଘଟଣାର ତଦନ୍ତ କରୁଛି ବରଗଡ଼ ପୋଲିସ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.