ETV Bharat / state

Padampur byelection: ଫସଲ ବୀମା ତାତି, ଦାୟିତ୍ବହୀନତା ବନାମ ନାଟକବାଜି - ପଦ୍ମପୁର ଉପନିର୍ବାଚନରେ ଫସଲ ବୀମା ତାତି

ପଦ୍ମପୁର ଉପନିର୍ବାଚନରେ ଚାଷୀ ଆନ୍ଦୋଳନ ତାତି । ଫସଲ ବୀମା ନମିିଳିବା ଘଟଣାରେ ପରସ୍ପରକୁ ଦୋଷ ଲଦିଲେ ବିଜେଡି ଓ ବିଜେପି । ଅଧିକ ପଢନ୍ତୁ

ପଦ୍ମପୁର ଉପନିର୍ବାଚନରେ ଫସଲ ବୀମା ତାତି, ବିଜେପି-ବିଜେଡି ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି

author img

By

Published : Nov 15, 2022, 1:27 PM IST

ବରଗଡ: ପଦ୍ମପୁର ଉପନିର୍ବାଚନକୁ(Padmapur byelection) ନେଇ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏବେ କେବଳ ମତଦାନକୁ ଅପେକ୍ଷା । ତେବେ ଏହି ଉପନିର୍ବାନଚରେ ଏବେ ପଦ୍ମପୁର ଚାଷୀ ଆନ୍ଦୋଳନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଫସଲ ବୀମା ଦାବିରେ ଚାଷୀ ଦୀର୍ଘ ଦିନ ହେଲାଣି ଆନ୍ଦୋଳନ କରୁଥିବାବେଳେ ଏହି ପ୍ରସଙ୍ଗରେ ବର୍ତ୍ତମାନ ବିଜେପି ଓ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ଦେଖାଯାଇଛି । ବିଜେପି ଚାଷୀଙ୍କୁ ଭୁଆଁ ବୁଲାଉଥିବା ବିଜେଡି ଅଭିଯୋଗ କରୁଥିବାବେଳେ ଚାଷୀଙ୍କ ସମସ୍ୟା ପାଇଁ ଶାସକ ଦଳର ଦାୟିତ୍ବହୀନତାକୁ ଦାୟୀ କରିଛି ବିଜେପି ।

Padampur byelection: ଫସଲ ବୀମା ତାତି, ବିଜେପି-ବିଜେଡି କଥା କଟାକଟି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫସଲ ବୀମା ନମିଳିବା ଘଟଣାକୁ ଶାସକ ବିଜେଡି ଦଳର ଦାୟିତ୍ବହୀନତାର ଆଖ୍ୟା ଦେଇ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଏହି ସମସ୍ୟା ପାଇଁ ପ୍ରକୃତରେ ଦାୟୀ କିଏ ତାହା ସ୍ପଷ୍ଟ କରିବାକୁ ସିଧାସଳଖ ବିତର୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ କରିଛନ୍ତି । ବିଜେଡି ନେତାଙ୍କ ଦାୟିତ୍ବହୀନତା ଯୋଗୁଁ ପଦ୍ମପୁର ଅଞ୍ଚଳର ଚାଷୀମାନେ ଫସଲବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପଦ୍ମପୁର ଠାରେ ନିଜର ଉଦବୋଧନରେ କହିଛନ୍ତି । ଏପରିକି ଚାଷୀ ଆନ୍ଦୋଳନକୁ ନେଇ ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତକାଲି ନିଜର ନାମାଙ୍କନ ପତ୍ର ଦାଖଲ ନକରି ଫେରି ଆସିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ: Padampur Bypoll: କାହିଁକି ନାମାଙ୍କନ ଭରିଲେନି ବିଜେପି ପ୍ରାର୍ଥୀ, ଶୁଣନ୍ତୁ ତାଙ୍କ ମୁହଁରୁ

ଅନ୍ୟପଟେ ଫସଲ ବୀମା ପ୍ରସଙ୍ଗରେ ବିଜେପିର ଆରୋପ ଉପରେ ବିଜେଡି ଦଳର ବରିଷ୍ଠ ନେତା ତଥା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରସନ୍ନ ଆଚାର୍ଯ୍ୟ(Prasanna Acharya) କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ''ଚାଷୀଙ୍କୁ ନେଇ ବିଜେପି ନାଟକ ବାଜି କରୁଛି । ବିଜେପି ଦଳ ନିଜେ ଆଇନ ପ୍ରଣୟନ କରି ଅନ୍ୟକୁ ଦୋଷାରୋପ କରୁଛି । ବରଗଡ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ବହୁ ଯୋଜନା କୋମାରେ ଥିବାବେଳେ ସେଥିମଧ୍ୟରୁ ବିଜେପୁର ଦେଇ ନୂଆପଡାକୁ ରେଳପଥ ଯୋଜନା ଅନ୍ୟତମ ।

ଆଜକୁ ଦୀର୍ଘ ବର୍ଷ ବିତିଗଲାଣି ହେଲେ କେନ୍ଦ୍ର ସରକାର ବଜେଟରେ ଏହି ରେଳପଥ ପାଇଁ ଟଙ୍କାଟିଏ ମଧ୍ୟ ପ୍ରଦାନ କରୁନାହାନ୍ତି । କେବଳ ଯୋଜନା ଘୋଷଣାରେ ସୀମିତ ରହିଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।'' ଏହାସହିତ ବିଜେପି ଅଯଥାରେ ପଦ୍ମପୁର ଅଞ୍ଚଳର ଚାଷୀଙ୍କୁ ଭୁଆଁ ବୁଲାଇବାରୁ ନିବୃତ ରହୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.