ETV Bharat / state

ନାଳ ସଫେଇ ନେଇ ବରଗଡ ଜିଲ୍ଲାପାଳଙ୍କୁ ଭେଟିଲା ଆମ୍ ଆଦମୀ ପାର୍ଟି

ଶୁକ୍ରବାର ଆମ ଆଦମି ପାର୍ଟି ପକ୍ଷରୁ ନାଳ ସଫେଇ ସମସ୍ୟା ନେଇ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

author img

By

Published : Jul 5, 2019, 7:41 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବରଗଡ

ବରଗଡ: ନାଳ ସଫେଇ ଦାବିକୁ ନେଇ ବରଗଡ ଜିଲ୍ଲାପାଳଙ୍କୁ ଭେଟିଲେ ଆମ୍ ଆଦମୀ ପାର୍ଟୀ । ବରଗଡର ସମସ୍ତ ନାଳ ନର୍ଦ୍ଦମାକୁ ସଫା କରିବା ସହ ରାସ୍ତା ମରାମତି ଦାବିରେ ଶୁକ୍ରବାର ଆମ ଆଦମୀ ପକ୍ଷରୁ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବରଗ

ସୂଚନା ଅନୁଯାୟୀ, ମୌସୁମୀର ଆଗମନ ପୂର୍ବରୁ ବରଗଡ ସହରର ସମସ୍ତ ନାଳ ଗୁଡିକରୁ ବାଲି ଓ ପଙ୍କ ବାହାର କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ତାହା ହୋଇନଥିବାରୁ ସହରର ପ୍ରାୟ ସମସ୍ତ ୱାର୍ଡ ମାନଙ୍କରେ ରହିଥିବା ନାଳ ଗୁଡିକ ପଙ୍କରେ ପରିପୂର୍ଣ୍ଣ ରହିଥିବା ବେଳେ ମୌସୁମୀର ପ୍ରଥମ ବର୍ଷାରେ ହିଁ ନାଳର ମଇଳା ପାଣି ଲୋକଙ୍କ ଘରକୁ ପ୍ରବେଶ କରିଛି ।

ଏଥିସହ ବହୁ ସ୍ଥାନରେ ନାଳ ଗୁଡିକ ଭାଙ୍ଗି ପଡ଼ିରହିଥିବାରୁ ରାସ୍ତା ଉପରେ ଆବର୍ଜନା ପାଣି ଚାଲୁଛି ।

ଯାହାଦ୍ବାରା ଛୋଟ ଛୋଟ ପିଲାମାନେ ଏହି ମଇଳା ପାଣିର ସଂସ୍ପର୍ଶରେ ଆସି ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ବରଗଡ଼ ପୌରପରିଷଦ ଚେୟାରମ୍ୟାନ ସିଟର ସମୟସୀମା ଶେଷ ହୋଇଯାଇ ଥିବାବେଳେ ପୁନଃ ନିର୍ବାଚନ ପର୍ଯ୍ୟନ୍ତ ବର୍ତ୍ତମାନ ଜିଲ୍ଲାପାଳ ପୌରପରିଷଦ ଦାୟିତ୍ବରେ ରହିଛନ୍ତି । ତେଣୁ ଶୁକ୍ରବାର ଆମ ଆଦମୀ ପକ୍ଷରୁ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଏହି ସମସ୍ୟା ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

dfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.