ETV Bharat / state

ବିଜେଡିରେ ଫାଟ ! ମନ୍ତ୍ରୀ ରୀତା ସାହୁଙ୍କୁ ବିରୋଧ କଲେ ଦଳୀୟ କର୍ମୀ

ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ମଧ୍ୟରେ ଥିବା ଫାଟ ଆଜି ପଦାରେ ପଡିଛି । ରୀତା ସାହୁ ହଟାଅ ବିଜେପୁର ବଞ୍ଚାଅ ସ୍ଲୋଗାନ ଦେଇ ହଜାର ହଜାର ବିଜେଡ଼ି କର୍ମୀଙ୍କ ଶୋଭାଯାତ୍ରା ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଠାରେ । ଅଧିକ ପଢନ୍ତୁ

author img

By

Published : Oct 16, 2022, 7:42 AM IST

Updated : Oct 16, 2022, 8:14 AM IST

ବିଜେଡିରେ ଫାଟ, ମନ୍ତ୍ରୀ ରୀତା ସାହୁଙ୍କୁ  ବିରୋଧ କଲେ ଦଳୀୟ କର୍ମୀ

ବରଗଡ: ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ମଧ୍ୟରେ ଥିବା ଫାଟ ଆଜି ପଦାରେ ପଡିଛି । ରୀତା ସାହୁ ହଟାଅ ବିଜେପୁର ବଞ୍ଚାଅ ସ୍ଲୋଗାନ ଦେଇ ହଜାର ହଜାର ବିଜେଡ଼ି କର୍ମୀଙ୍କ ଶୋଭାଯାତ୍ରା ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଠାରେ ।

ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ ଠାରେ ଗତକାଲି(ଶନିବାର) ବିଜୁ ଜନତା ଦଳ ପକ୍ଷରୁ ଏକ ଜନ ସମ୍ପର୍କ ପଦଯାତ୍ରା ବାହାରିଥିଲା । ଏହା ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ମାନଙ୍କୁ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ ଦଳୀୟ ନେତା । ଦଳୀୟ କାର୍ଯ୍ୟକ୍ରମରେ ଆସିଥିବା ବିଭିନ୍ନ ନେତା ଓ କର୍ମୀଙ୍କ ମଧ୍ୟରେ ଦଳ ପ୍ରତି ସମ୍ମାନ ଥିବା ବେଳେ ମନ୍ତ୍ରୀ ରୀତା ସାହୁଙ୍କୁ ବିରୋଧ କରିଥିଲେ ।

ଗୋଟିଏ ପଟେ ନେତା ଓ କର୍ମୀମାନେ ଦଳକୁ ପ୍ରଶଂସା କରୁଥିବା ବେଳେ କିନ୍ତୁ ମନ୍ତ୍ରୀ ରୀତା ସାହୁ ଦଳ ଏବଂ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଥିଲା । ବାହାରୁ ଆସି ଦଳକୁ ଭିତରୁ ଆକ୍ରମଣ କରୁଛନ୍ତି ବୋଲି କହିଛନ୍ତି କିଛି ସ୍ଥାନୀୟ ନେତା । ତେବେ ଆଗକୁ ୨୦୨୪ ନିର୍ବାଚନ ପାଇଁ ଏବେଠୁ ଦଳ ମାନଙ୍କରେ ପ୍ରାରମ୍ଭିକ କସରତ ଆରମ୍ଭ ହୋଇ ଯାଇଥିବା ବେଳେ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ମଧ୍ୟରେ ଏହି ଫାଟ କେତେ ଦୂର ସମାଧାନ ହବ ତାହା ଏବେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ବରଗଡ

Last Updated : Oct 16, 2022, 8:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.