ETV Bharat / state

ରାତି ପାହିଲେ ବିଜେପୁର ବ୍ୟାଟେଲ: ଭୋଟ ବିକ୍ରି ପାଇଁ ନେତାଙ୍କ ଅପେକ୍ଷାରେ ଭୋଟର !

ଟଙ୍କା ବଦଳରେ ଭୋଟ୍ ଟେକି ଦେବାକୁ ଅନାଇ ବସିଛନ୍ତି ବିଜେପୁର ଭୋଟର । ଏହି କଥା ଆମେ କହୁନୁ କହୁଛନ୍ତି ଖୋଦ୍ ଭୋଟର ।

author img

By

Published : Oct 20, 2019, 10:27 PM IST

ଭୋଟ ବିକ୍ରି ପାଇଁ ଗ୍ରାହକଙ୍କ ଅପେକ୍ଷାରେ ଭୋଟର !

ବରଗଡ: ରାତି ପାହିଲେ ବିଜେପୁର ଆସନ ପାଇଁ ପଡିବ ଭୋଟ୍ । କିଏ ବିଜେପୁର ମୁକୁଟ ପିନ୍ଧିବ ତାକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି । ଏପଟେ କିନ୍ତୁ ନିଜ ମୂଲ୍ୟବାନ ଭୋଟ୍‌ ବିକ୍ରି କରିବାକୁ ପ୍ରସ୍ତୁତ ହୋଇଗଲେଣି ଭୋଟର । ଏହିକଥା ଆମେ କହୁନୁ କହୁଛନ୍ତି ଖୋଦ୍ ବିଜେପୁର ଭୋଟର ।

ଭୋଟ ବିକ୍ରି ପାଇଁ ଗ୍ରାହକଙ୍କ ଅପେକ୍ଷାରେ ଭୋଟର !

ଖୋଲାଖୋଲି ଭାବେ ଟଙ୍କା ବଦଳରେ ଭୋଟ୍ ବିକ୍ରି କରିବାକୁ ଆଗକୁ ଆସିଛନ୍ତି ସେମାନେ । ଯିଏ ଟଙ୍କା ଦେବ ତାକୁ ଭୋଟ୍ ଦେବେ ବୋଲି କହିଛନ୍ତି କ୍ୟାମେରା ସମ୍ମୁଖରେ । ଆଉ କିଛି ଭୋଟର ତାଙ୍କ ବିପଦ ଆପଦରେ ଯିଏ ଛିଡା ହୋଇଛି ତାକୁ ହିଁ ଭୋଟ ଦେବେ ବୋଲି କହିଛନ୍ତି ।

ଏଥର ନିର୍ବାଚନକୁ ମିଶାଇ ବିଜେପୁରରେ 3ଥର ନିର୍ବାଚନ ହେବାକୁ ଯାଉଛି । ନେତା ମଧ୍ୟ ମାଳ ମାଳ ପ୍ରତିଶୃତି ଲଦି ଦେଇଛନ୍ତି ଭୋଟରଙ୍କ ଉପରେ । ସବୁ ଦଳ ଜିତାପଟ୍ ଲାଭ ପାଇଁ ଲାଗି ପଡିଥିବା ବେଳେ ଏହାକୁ ସୁବର୍ଣ୍ଣ ସୁଯୋଗ ବୋଲି ଭାବିଦେଇଛନ୍ତି କିଛି ଭୋଟର । ଭୋଟ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ବହୁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ଆଜିବି ସଚେତନତା ଅଭାବରୁ ଭୋଟ୍ ବିକ୍ରି ପାଇଁ ପଛାଉ ନାହାନ୍ତି କେତେକ ଭୋଟର ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ଦଳର ହେଭି ୱେଟ ନେତାମାନେ ନିଜ ନିଜର ପ୍ରଚାର ପ୍ରସାର ସାରିଦେଇଥିବା ବେଳେ ଏବେ ଖାଁ ଖାଁ ହୋଇପଡିଛି ସମସ୍ତ ଗାଁ ଗଣ୍ଡା | ୧୯ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ ହୋଇଥିବା ବେଳେ ଆସନ୍ତାକାଲି ହେବ ବିଜେପୁର ଉପନିର୍ବାଚନ ପାଇଁ ମତଦାନ | ତେବେ ଏତେ ଦିନର ନିର୍ବାଚନୀ ପ୍ରଚାର ପ୍ରସାର ପରେ ଭୋଟର ମାନଙ୍କ ଉପରେ କେଉଁ ଦଳର କେତେ ପ୍ରଭାବ ପଡିଛି, ଭୋଟର କେଉଁ ଦଳର ପ୍ରାର୍ଥୀ ଆଡକୁ ମୁହାଉଛନ୍ତି ତାହା ନିଶ୍ଚିତ ଭାବେ ଫଳାଫଳ ପରେ ହିଁ ଜଣାପଡିବ | କିନ୍ତୁ ଏବେ ମଧ୍ୟ ବିଜେପୁର ଅଞ୍ଚଳରେ ଭୋଟର ନିଜ ଭୋଟକୁ ବିକ୍ରି କରିବା ପାଇଁ ଗ୍ରାହକ ର ଅପେକ୍ଷାରେ ରହିଛନ୍ତି |

Body:ବିଜେପୁର ନିର୍ବାଚନ ମଣ୍ଡଳୀରେ ଦେଢ ବର୍ଷ ଭିତରେ ତିନିଥର ମତଦାନ କରିବାକୁ ଯାଉଥିବା ବେଳେ କିଛି ଭୋଟର ଏହାକୁ ଏକ ସୁବର୍ନ ସୁଯୋଗ ବୋଲି ମନେକରୁଛନ୍ତି ଏବଂ ନିଜ ଭୋଟ କୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି | ତେବେ ମତଦାନକୁ ନେଇ ନିର୍ବାଚନ କମିଶନଙ୍କ ଯେତେ ସଚେତନତା କାର୍ଯ୍ୟକ୍ରମ ହେଲେ ମଧ୍ୟ କିଛି ଭୋଟର ନିଜର ମୁଲ୍ୟବାନ ଭୋଟକୁ କିଛି ଟଙ୍କା ପାଇଁ ବିକ୍ରି କରିଦେଉଛନ୍ତି | ବିଜେପୁର ବିଧାନସଭାର ବିଭିନ୍ନ ଗ୍ରାମରେ ଲୋକଙ୍କ ପ୍ରତିକ୍ରିୟା କିଛି ଏପରି ରହିଥିଲା ଏବଂ କିଛି ଭୋଟର ନିଜର ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଭୋଟ ବିକ୍ରି କରିବା ପାଇଁ ଗ୍ରାହକ ର ଅପେକ୍ଷାରେ ରହିଥିବା ଦେଖାଯାଇଥିଲା |

ବାଇଟ ୧ - ଶକୁନ୍ତଳା ଦୀପ ( ଭୋଟର )
ବାଇଟ ୨- ପ୍ରମିଳା ସୁନା ( ଭୋଟର )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.