ETV Bharat / state

କେନ୍ଦ୍ର ସରକାରଙ୍କ ବିରୋଧରେ ବରଗଡ଼ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ - କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗାନ୍ଧୀ ଛକଠାରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ଉପରେ ଏକ ପଥ ପ୍ରାନ୍ତ ପ୍ରତିବାଦ ସଭା କରାଯାଇଥିଲା । ଅଧିକ ପଢନ୍ତୁ...

Bargarh Congress protests against central government
କେନ୍ଦ୍ର ସରକାରଙ୍କ ବିରୋଧରେ ବରଗଡ଼ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
author img

By

Published : Oct 3, 2020, 7:43 AM IST

ବରଗଡ଼: ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗାନ୍ଧୀ ଛକଠାରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ଉପରେ ଏକ ପଥ ପ୍ରାନ୍ତ ପ୍ରତିବାଦ ସଭା କରାଯାଇଥିଲା । ବରଗଡ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ଉପରେ ବର୍ଷିଥିଲେ । ସରକାରଙ୍କ ନୂତନ କୃଷିନୀତି ସମଗ୍ର ଚାଷୀ ସମାଜକୁ କ୍ଷତିରେ ପକାଇବ ଏବଂ ଚାଷୀଙ୍କ ପ୍ରତି ଏଭଳି ବ୍ୟବହାରକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ ବୋଲି କଂଗ୍ରେସ ଦଳ ଚେତାଇ ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ବିରୋଧରେ ବରଗଡ଼ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସେହିଭଳି ଉତ୍ତର ପ୍ରଦେଶରେ ଘଟିଥିବା ସାମୁହିକ ଗଣ ଦୁଷ୍କର୍ମକୁ ସେଠାକାର ସରକାର ଘଣ୍ଟ ଘୋଡାଇବା ସହ ପିଡିତାର ମୃତଦେହକୁ ପରିବାର ଵର୍ଗଙ୍କ ଅଜାଣତରେ ପୋଡ଼ିଦେବା ଭଳି ଜଘନ୍ୟ କାର୍ଯ୍ୟକୁ ସମାଲୋଚନା କରି ଏହାକୁ ତୀବ୍ର ନିନ୍ଦା କରାଯାଇଥିଲା ।

ଗୁରୁବାର ରାହୁଲ ଗାନ୍ଧୀ, ପୀଡିତାଙ୍କ ପରିବାରକୁ ସାକ୍ଷାତ କରିବା ପାଇଁ ତାଙ୍କ ଗ୍ରାମକୁ ଯାଉଥିବା ବେଳେ ପୋଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧକ୍କା ଦେଇ ତଳେ ପକାଇବା ଓ ପରବର୍ତ୍ତୀ ସମୟରେ ଗିରଫ କରବା ଘଟଣାକୁ କଂଗ୍ରେସ ପକ୍ଷରୁ ସମସ୍ତେ ଭର୍ତ୍ସନା କରିଥିଲେ। ଏହା ସହ ଯୁବ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.