ETV Bharat / state

ଅତାବିରା ପାଇଁ ଅଣ୍ଟା ଭିଡିଲେଣି ଆଶାୟୀ

ଜିଲ୍ଲାର ଭାତ ହାଣ୍ଡି ଭାବେ ପରିଚିତ ଅତାବିରା ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେଲାଣି। ଅତବିରା ଦଖଲ ପାଇଁ ଅଣ୍ଟା ଭିଡିଲେଣି ପ୍ରମୁଖ ଦଳ। ଅତାବିରା ଏବଂ ଭେଡେନ ବ୍ଲକ ସହ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀକୁ ଦଖଲ ପାଇଁ ଚାଲିଲାଣି କସରତ।

ଡିଜାଇନ ଫଟୋ
author img

By

Published : Mar 18, 2019, 1:23 PM IST

ବରଗଡ: ଜିଲ୍ଲାରେ ଆସନ୍ତା ଏପ୍ରିଲ 18ରେ ହେବାକୁ ଯାଉଛି ନିର୍ବାଚନ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଜିଲ୍ଲାର 5ଟି ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିବା ଲାଗି ପ୍ରମୁଖ ଦଳ ଗୁଡିକ ଚଲାଇଲେଣି ଅଙ୍କକଷା। ତେବେ କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଅତାବିରା ନିର୍ବାଚନ ମଣ୍ଡଳୀରେ ବଢିଲାଣି ଆଶାୟୀଙ୍କ ସଂଖ୍ୟା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଜିଲ୍ଲାର ଭାତ ହାଣ୍ଡି ଭାବେ ପରିଚିତ ଅତାବିରା ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେଲାଣି। ଅତବିରା ଦଖଲ ପାଇଁ ଅଣ୍ଟା ଭିଡିଲେଣି ପ୍ରମୁଖ ଦଳ। ଅତାବିରା ଏବଂ ଭେଡେନ ବ୍ଲକ ସହ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀକୁ ଦଖଲ ପାଇଁ ଚାଲିଲାଣି କସରତ। ଚାଷ ଓ ଚାଷୀଙ୍କୁ ନେଇ ସବୁବେଳେ ଅତାବିରା ନିର୍ବାଚନ ମଣ୍ଡଳୀ ଫୋକସ୍‌ରେ ରହି ଆସିଥିବା ବେଳେ ଏଠାରୁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରମୁଖ ଦଳ ଗୁଡିକ ପ୍ରାର୍ଥୀ ଘୋଷଣା ନକରି ଝୁଲାଇ ରଖିଛନ୍ତି।

2009 ମସିହାରୁ ଗଠିତ ହୋଇଥିବା ଏହି ନିର୍ବାଚନ ମଣ୍ଡଳୀକୁ ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ଦଖଲ କରିଥିଲା। ତେବେ 2019 ସାଧାରଣ ନିର୍ବାଚନରେ ଏହାକୁ ବିଜେଡି ପୁଣି ନିଜ ଖାତାକୁ ଆଣିବାକୁ ଅନାଇ ବସିଥିବା ବେଳେ କଂଗ୍ରେସ 2009କୁ ପୁନଃରାବୃତ୍ତି କରିବା ଲକ୍ଷ୍ୟରେ ରହିଛି। ସେହିପରି ଦୁଇଟି ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ପଞ୍ଚାୟତ ନିର୍ବାଚନରେ ଭଲକରିବା ସହ ଏଥର ବିଧାୟକ ପଦବୀ ହାତେଇବା ପାଇଁ ଜୋରସୋରରେ ଲାଗି ପଡିଛି।

ଗତ ନିର୍ବାଚନରେ କଂଗ୍ରେସ ଠାରୁ ଅତାବିରା ଛଡାଇ ଆଣିଥିବା ବିଜେଡି ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଚଳିତ ବର୍ଷ ବିଜେଡି ପୁଣି ଭରସା କରିବ ବୋଲି ଚର୍ଚ୍ଚା ହେଉଛି। ସେପଟେ ଛୁରିଆଙ୍କ ଟିକେଟ ରାସ୍ତାରେ କଣ୍ଟା ସାଜିଛନ୍ତି କିଛି ଦଳୀୟ କର୍ମୀ। ଯାହା ତାଙ୍କୁ ଦଳୀୟ ଟିକେଟ ପାଇଁ ଅସୁବିଧାରେ ପକାଇପାରେ। ତେବେ ବିଜେଡି ଏଠାରେ ଗତ ପଞ୍ଚାୟତ ନିର୍ବାଚନରେ ସମସ୍ତ 7ଟି ଯାକ ଜିଲ୍ଲା ପରିଷଦ ଆସନ ହାତଛଡା କରିଥିଲା। ତେବେ ପରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମସ୍ତ କାଉନସିଲ ଦଖଲ କରି ବିଜେଡି ହାର ମାନି ନଥିବା ପ୍ରମାଣିତ କରିଛି।

ସେପଟେ କଂଗ୍ରେସ ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବାରୁ ଏଥର ଦ୍ବିତୀୟରୁ ପ୍ରଥମକୁ ଆସିବାଲାଗି ସଜବାଜ ହେଉଛି। କଂଗ୍ରେସରୁ ଗତଥର ପ୍ରାର୍ଥୀ ଥିବା ନିହାର ରଞ୍ଜନ ମହାନନ୍ଦାଙ୍କ ଉପରେ ଦଳ ପୁଣି ଭରସା କରିବା ବୋଲି ଶୁଣିବାକୁ ମିଳୁଛି।ସେହିପରି ପଞ୍ଚାୟତ ନିର୍ବାଚନରେ ସାତଟି ଜିଲ୍ଲାପରିଷଦ ଆସନ ଦଖଲ କରି ବିଜେପି ଏଠାରେ ବାଜିମାତ୍ କରିବ ବୋଲି ଆଶା ବାନ୍ଧି ବସିଛି। ତେବେ ଦଳ ପକ୍ଷରୁ ଆଶାୟୀ ମଧ୍ୟ ବଢିବାରେ ଲାଗିଛନ୍ତି। ଦଳରୁ ମିଲନ ସେଟଙ୍କ ସମେତ ସାମାଜିକ କର୍ମୀ ଗୋବିନ୍ଦ ନାଗ ଓ ଅନେକ ଆଶାୟୀ ଅଛନ୍ତି।

ସୂଚନା ଥାଉକି, ୨୦୧୪ ସମିହାରେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ ୬୯ ହଜାର ୬୦୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ନିହାର ରଞ୍ଜନ ମହାନନ୍ଦଙ୍କ ୪୪ ହଜାର ୧୨୮ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟପଟେ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ୧୬ ହଜାର ୩୦୮ ଭୋଟ ପାଇଥିବା ମିଲନ ସେଠ, ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ୩୩ ହଜାର ୭୩୫ ଖଣ୍ଡ ଭୋଟ ପାଇଥିଲେ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ଭୁବନେଶ୍ୱର:ସାରାଦେଶରେ ନିର୍ବାଚନ ଲାଗି ବିଗୁଲ ବାଜି ସାରିଛି।ତେଣୁ ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନୀ ପ୍ରଚାର ରେ ଜୋରଦାର ଲାଗି ପଡିଥିବାବେଳେ ନିର୍ବାଚନରେ ଅଂଶଗ୍ରହଣ ଲାଗି ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି।ଏହି ନିର୍ବାଚନ ଭୁବନେଶ୍ୱର ର ଏକ ନମ୍ବର ଆଦିବାସୀ ପଡିଆ ନିକଟରେ ଥିବା ତାଟି ବସ୍ତିର ଲୋକମାଙ୍କ ମଧ୍ୟରେ ଆନନ୍ଦ ଆଣିଦେଇଥିବା ଦେଖିବାକୁ ମିଳୁଛି।
ବର୍ଷ ସାରା ବାଉଁଶ ସଂଗ୍ରହ କରି ସେଥିରୁ ବିଭିନ୍ନ ପ୍ରକାର ସାମଗ୍ରୀ କରି ବିକ୍ରି କରିଥାନ୍ତି ଏହି ବସ୍ତିରେ ରହୁଥିବା ଲୋକମାନେ।ଯାହାକୁ ବିକ୍ରୟ କରି ସେମାନେ ନିଜର ଗୁଜରାଣ ମେଣ୍ଟାଇବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି।କେଉଁଦିନ ବେପାର ହେଉଥିବାବେଳେ କେଉଁଦିନ କିଛି ମଧ୍ୟ ହୋଇ ନ ଥାଏ।ଯାହାଫଳରେ ଅନେକ ସମୟରେ ଭୋକ ଉପାସରେ ମଧ୍ୟ ସେମାନେ ଦିନ କାଟିଥାନ୍ତି।ତେବେ ଏହି ନିର୍ବାଚନ ସେମାନଙ୍କ ହାତକୁ କାମ ଦେଇଥିବା ବେଳେ ପେଟକୁ ଦି ଓଳି ଭଲ ଖାଇବାକୁ ମିଳୁଥିବା କହିଛନ୍ତି ବସ୍ତିର ଲୋକମାନେ।ଗତ ଏକମାସ ଠାରୁ ଦଳୀୟ ପତାକା ଓ ଅନ୍ୟାନ୍ୟ ପ୍ରଚାର ସାମଗ୍ରୀ ତିଆରି କରିବାକୁ ବିଭିନ୍ନ ଦଳର ଲୋକମାନେ ସେମାନଙ୍କ ପାଖରେ ବରାଦ ଦେବାକୁ ଭିଡ଼ ଜମାଉଥିବା ଜଣାପଡିଛି।ଅନେକ ସମୟ ହାତ ବାନ୍ଧି ବସୁଥିବା ଲୋକମାନଙ୍କୁ ଫୁରୁସତ ନେବାକୁ ସମୟ ମିଳୁ ନ ଥିବା କହିଛନ୍ତି ବୟସ୍କ ମହିଳା ପି କାର୍ତିକ କହିଛନ୍ତି।ଏମିତିକି ଛୁଆ ଠାରୁ ବୁଢା ଯାଏ ସମସ୍ତେ କିଛି ରୋଜଗାର କରିବା ଆଶାରେ କାମରେ ଲାଗିପଡିଥିବା ଦେଖା ଯାଇଛି।ସେହିପରି ଅନ୍ୟଜଣେ ମହିଳା ସାବିତ୍ରୀ କୁହନ୍ତି ଏହି କାମ କରି ଦିନକୁ 300ରୁ 400 ଟଙ୍କା ମିଳି ଯାଉଛି।ଯାହାକୁ ଆହୁରି ମାସେ କାଳ ଚାଲିବାକୁ ଥିବା ବେଳେ ଭଲ ରୋଜଗାରର ଆଶା ରଖିଛନ୍ତି ବସ୍ତିର ଲୋକମାନେ।ତେବେ ଏହିପରି ପ୍ରତିବର୍ଷ ନିର୍ବାଚନ ହେଲେ ଆମକୁ ଆଉ ଉପାସ ରହିବାକୁ ପଡ଼ନ୍ତା ନାହିଁ ବୋଲି ଅନେକ ଲୋକ କହିଛନ୍ତି।ତେବେ ଭଗବାନ କରନ୍ତୁ ନିର୍ବାଚନ ଦ୍ୱାରା ସମାଜରେ କିଛି ପ୍ରଗତି ମୂଳକ ପରିବର୍ତ୍ତନ ହେଉ ।ଯାହାଫଳରେ ଏହି ଲୋକମାନେ ଆସନ୍ତା ନିର୍ବାଚନ ବେଳକୁ ମଧ୍ୟ ଏହିପରି ରୋଜଗାର ପାଇଁ ନ ଅନାଇ ନିଜେ ସୁଖ ସ୍ୱଚ୍ଛନ୍ଦରେ ଜୀବନ କାଟନ୍ତୁ।

Laxmikanta das
Bhubaneswar
Visual already sent by mojo
Packages
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.