ETV Bharat / state

ମୋବାଇଲ ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ - ଚୋରି ସନ୍ଦେହରେ ଯୁବକକୁ ମାଡ

ମୋବାଇଲ ଚୋରୀ ସନ୍ଦେହରେ ଜଣେ ଯୁବକକୁ ନିସ୍ତୁକ ମାଡ ମରାଯାଇଛି । ରେଳବାଇ ପୋଲିସ ସମ୍ମୁଖରେ ଏ ଘଟଣା ଘଟିଛି । ଏହାର ଦେଖଣାହାରୀ ସାଜିଥିଲା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 9, 2019, 2:01 PM IST

Updated : Aug 9, 2019, 3:51 PM IST

ବାଲେଶ୍ବର: ମୋବାଇଲ ଚୋରୀ ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ । ବାଲେଶ୍ବରର ଜଳେଶ୍ବର ରେଳଷ୍ଟେସନ ସମ୍ମୁଖରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ସେପଟେ, ରେଳବାଇ ପୋଲିସ ସମ୍ମୁଖରେ ଏପରି ଘଟଣା ଘଟିଥିଲେ ମଧ୍ୟ ଦେଖଣାହାରୀ ସାଜିଥିଲା ପୋଲିସ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଜଳେଶ୍ବର ରେଳଷ୍ଟେସନରେ ଖଡଗପୁର-ଭଦ୍ରକ ଟ୍ରେନ ଚଢିଲାବେଳେ ଜଣେ ବ୍ୟକ୍ତିଙ୍କ ଫୋନ ଚୋରୀ ହୋଇଯାଇଥିଲା । ଏହି ଅଭିଯୋଗରେ ଜଣେ ବଙ୍ଗୀୟ ଯୁବକଙ୍କୁ ମୋବାଇଲ ଚୋର ବୋଲି ସନ୍ଦେହ କରି ସେଠାରେ ଥିବା ଅନ୍ୟ ଯାତ୍ରୀ ନିର୍ଦ୍ଧୁମ ମାଡ ମାରିଥିଲେ । ଘଟଣାସ୍ଥଳରେ ରେଳବାଇ ପୋଲିସ ଉପସ୍ଥିତ ଥାଇ ମଧ୍ୟ ନୀରବ ହୋଇ ଏ ଘଟଣାକୁ ଦେଖୁଥିଲା।

ସେହି ଯୁବକଙ୍କୁ ମାଡ ମାରିବା ପରେ ପୋଲିସର ଜିମା ଦେଇଥିଲେ ଲୋକେ । ଏହାପରେ ରେଳବାଇ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରେଳବାଇ ପୋଲିସ ଉପସ୍ଥିତିରେ ଷ୍ଟେସନ ପରିସରରେ ଜଣେ ଲୋକକୁ ଚୋର ସନ୍ଦେହ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ପୋଲିସ ଆଗରେ ଏମିତି ଏକ ଗଣ୍ଡଗୋଳ ଚାଲିଥିଲେ ବି ପୋଲିସ ନିରବ ହୋଇ ସବୁ ଦେଖୁଥିଲା।
ସୂଚନା ଅନୁସାରେ, ଜଳେଶ୍ୱର ରେଳ ଷ୍ଟେସନରେ ଅପ ଖଡଗପୁର - ଭଦ୍ରକ ଟ୍ରେନ ଚଢ଼ିଲାବେଳେ ଏକ ମୋବାଇଲ ଚୋରି ହୋଇଥିବା ଅଭିଯୋଗରେ ଜଣେ ବଙ୍ଗୀୟ ଯୁବକକୁ ମୋବାଇଲ ଚୋର ସନ୍ଦେହ କରି ଯାତ୍ରୀମାନେ ନିର୍ଧୁମ ଛେଚି ଥିଲେ। ଘଟଣା ସ୍ଥଳରେ କର୍ତ୍ତବ୍ୟରତ ରେଳବାଇ ପୋଲିସ ଉପସ୍ଥିତ ଥାଇବି ନିରବ ରହି ଦେଖଣାହାରୀ ସାଜିଥିଲେ। ବହେ ଛେଚିବା ପରେ ଲୋକମାନେ ଉକ୍ତ ବ୍ୟକ୍ତିକୁ ପୋଲିସ ଜିମାରେ ଦେଇଥିଲେ। ରେଳବାଇ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି।
Conclusion:
Last Updated : Aug 9, 2019, 3:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.