ETV Bharat / state

ଜିଲ୍ଲାପାଳଙ୍କ ଅଫିସ ଆଗରେ ସାମ୍ବାଦିକ ସଂଘର ଧାରଣା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ - ବାଲେଶ୍ବର ସାମ୍ବାଦିକ ସଂଘର ଧାରଣା

୫ ଦଫା ଦାବି ପୂରଣ ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଉତ୍କଳ ସାମ୍ବାଦିକ ସଂଘ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ

ସାମ୍ବାଦିକ ସଂଘର ଧାରଣା
ସାମ୍ବାଦିକ ସଂଘର ଧାରଣା
author img

By ETV Bharat Odisha Team

Published : Dec 1, 2023, 10:33 PM IST

ସାମ୍ବାଦିକ ସଂଘର ଧାରଣା

ବାଲେଶ୍ୱର: ସାରା ରାଜ୍ୟରେ ସାମ୍ବାଦିକଙ୍କ ଧାରଣା । ଏନେଇ ବାଲେଶ୍ବର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା ଦିଆଯାଇଛି । ସାମ୍ବାଦିକମାନଙ୍କ ପ୍ରତି ସରକାରୀ ଉଦାସୀନତା ନେଇ ସଂଘ ପକ୍ଷରୁ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ 5 ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି ।

ତେବେ ସାମ୍ବାଦିକ ସଂଘର ଦାବି ଅନୁସାରେ, ଅନେକ ସମୟରେ ସାମ୍ବାଦିକମାନେ ଖବର ପରିବେଷଣ କରିବା ବେଳେ ସେମାନଙ୍କ ଉପରକୁ ଆକ୍ରମାଣ କରାଯାଉଛି । ନିକଟ ଅତୀତରେ ଭୋଗରାଇ ବ୍ଲକର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା ଦେଖିବାକୁ ମିଳିଥିଲା । ଏଭଳି ଭାବରେ ଅଧିକାଂଶ ସ୍ଥାନରେ ସାମ୍ବାଦିକମାନଙ୍କ ଉପରକୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଉଛି । ଏଥିପାଇଁ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି ହୋଇଛି । ଏହାସହିତ ସାମ୍ବାଦିକମାନେ ସ୍ୱଳ୍ପ ବେତନ କିମ୍ବା କେଉଁଠି କେଉଁଠି ବିନା ବେତନରେ କାମ କରୁଥିବା ବେଳେ ବୟସ ହୋଇଯିବା ପରେ ରୋଜଗାର ହରାଇ ବସିଥାନ୍ତି । ସେହିପରି ବୟସ୍କ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ଦାବି ହୋଇଛି । ଅଧିସ୍ବୀକୃତି କମିଟି ପୁନଃଗଠନ ଏବଂ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବ୍ୟାପକ ଭାବେ ଅଧିସ୍ବୀକୃତି ପ୍ରଦାନ କରାଯାଉ ବୋଲି ଦାବି ଉପସ୍ଥାପନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଗଡ଼ିଲା ବିକଶିତ ଭାରତ ସଂକଳ୍ପ ଭ୍ୟାନ, କେନ୍ଦ୍ର ଯୋଜନା ସମ୍ପର୍କରେ କରିବ ସଚେତନ

ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ବୀମା ପରିସର ଭୁକ୍ତ କରାଇଥିଲେ ମଧ୍ୟ ବାପା ମାଆଙ୍କୁ ସେଥିରୁ ବାଦ ଦିଆଯାଇଛି । ଖାଲି ସେତିକି ନୁହେଁ ପୁଅ ଝିଅ 25 ବର୍ଷରୁ ଉର୍ଦ୍ଧ୍ଵ ହୋଇଥିଲେ ସେମାନଙ୍କୁ ମଧ୍ୟ ବାଦ ଦିଆଯାଉଛି । ଗୋଟିଏ ପରିବାରର ଏମିତି ସଦସ୍ୟମାନଙ୍କୁ ବାଦ ଦିଆଗଲେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ସାମ୍ବାଦିକଟିଏ ସେମାନଙ୍କ ଚିକିତ୍ସା କରାଇବାରେ ଅସମର୍ଥ ହୋଇପଡ଼େ । ଏଥିପାଇଁ ପରିବାରର ସମସ୍ତଙ୍କୁ ବୀମା ପରିସରଭୁକ୍ତ କରିବା ପାଇଁ ଦାବି ହୋଇଛି। ଶେଷରେ ପ୍ରେସ ଏକାଡେମୀ ଗଠନ କରିବା ସହ ଭୁବନେଶ୍ୱରରେ ଏକାଡେମୀର କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବି କରାଯାଇଛି । ଯଦି ଓଡ଼ିଶା ସରକାର ଏଥି ପ୍ରତି ଦୃଷ୍ଟି ନଦିଅନ୍ତି ଏବଂ ଦାବି ସମୂହ ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱରରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.