ETV Bharat / state

ମିଳୁନି ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ଆଦିବାସୀ ବସ୍ତିବାସିନ୍ଦା

author img

By

Published : Apr 27, 2019, 8:36 PM IST

ଭୋଟରମାନଙ୍କ ମୌଳିକ ସମସ୍ୟା ବୁଝିବାକୁ କୌଣସି ନେତା ନାହାଁନ୍ତି । ସେଥିପାଇଁ ବାଲେଶ୍ବର ଜିଲ୍ଲାର ଏକ ଆଦିବାସୀ ବସ୍ତିର ଭୋଟରମାନେ ଚଳିତଥର ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ଆଉ ଏହି ନିର୍ବଚନରେ ଭୋଟ ଭିକ୍ଷା ପାଇଁ ତୁହାକୁ ତୁହା ଆସୁଛନ୍ତି ହେବିୱେଟ ନେତାଠାରୁ ଆରମ୍ଭ କରି ମନ୍ତ୍ରୀମାନେ । ହେଲେ ଭୋଟରମାନଙ୍କ ମୌଳିକ ସମସ୍ୟା ବୁଝିବାକୁ କୌଣସି ନେତା ନାହାଁନ୍ତି । ସେଥିପାଇଁ ବାଲେଶ୍ବର ଜିଲ୍ଲାର ଏକ ଆଜିବାସୀ ବସ୍ତିର ଭୋଟରମାନେ ଚଳିତଥର ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଯୋଗ୍ୟ, ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତର 12ନମ୍ବର ୱାର୍ଡ ବରପଦା ଆଦିବାସୀ ବସ୍ତିକୁ ନାହିଁ ରାସ୍ତାଟିଏ । ଏହି ବସ୍ତିରେ ଗୋଟିଏ ନଳକୂପ ଥିବା ବେଳେ ଖରାଦିନେ ସେଥିରୁ ପାଣି ମଧ୍ୟ ବାହରୁନି। ବାଧ୍ୟ ହୋଇ ଲୋକମାନେ ପୋଖରୀ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ସେବା ମଧ୍ୟ ତଦ୍ରୁପ । ପାଖରେ ଚିକିତ୍ସା ସୁବିଧା ନଥିବାରୁ ଲୋକମାନେ ଦୂରଦୁରାନ୍ତକୁ ଚିକିତ୍ସା ପାଇଁ ଯାଉଛନ୍ତି । ଏହି ବସ୍ତିରେ 350 ଲୋକସଂଖ୍ୟା ମଧ୍ୟରୁ 120 ଭୋଟର ଅଛନ୍ତି । ଯେଉଁମାନେ ଆଜି ମେଳି କରି ମୌଳିକ ସୁବିଧା ନମିଳିଲେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଭୋଟ ମାଗିବା ପାଇଁ ନେତାଠାରୁ ଆରମ୍ଭ କରି ମନ୍ତ୍ରୀମାନେ ଉକ୍ତ ଗ୍ରାମରେ ଆସୁଛନ୍ତି ଯାଉଛନ୍ତି । ହେଲେ ଏହି ଆଦିବାସୀ ବସ୍ତିର ସମସ୍ୟା କଥା କେହିଁ ବୁଝୁନାହାଁନ୍ତି । ତେବେ ଉକ୍ତ ବସ୍ତିବାସିନ୍ଦାଙ୍କ କଥା କେଉଁ ନେତା ଶୁଣିବେ ତାହା ଦେଖିବାକୁ ବାକି ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.