ETV Bharat / state

ବ୍ୟାଙ୍କରୁ ଲୁଟେରାଙ୍କ ଚୋରି ଉଦ୍ୟମ ପଣ୍ଡ, ଖୋଲିଲାନି ଟଙ୍କା ଥିବା ବାକ୍ସ - ବାଲେଶ୍ୱର

ବ୍ୟାଙ୍କ ପଛପଟ ସ୍କାଏ ଲାଇଟ ଭାଙ୍ଗି ଭିତରକୁ ପଶିଥିଲେ ଚୋରମାନେ । କିନ୍ତୁ ଟଙ୍କା ଚୋରି କରିବାରେ ବିଫଳ ହୋଇଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ଆହ୍ଲାବାଦ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Mar 25, 2019, 8:45 PM IST

ବାଲେଶ୍ୱର: ଢେର କସରତ କରିବା ପରେ ମଧ୍ୟ ଚୋରି କରିବାରେ ବିଫଳ ହେଲେ ବ୍ୟାଙ୍କ ଲୁଟେରା । ବ୍ୟାଙ୍କ ପଛପଟ ସ୍କାଏ ଲାଇଟ ଭାଙ୍ଗି ଭିତରକୁ ପଶିଥିଲେ ଚୋରମାନେ । କିନ୍ତୁ ଟଙ୍କା ଚୋରି କରିବାରେ ବିଫଳ ହୋଇଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ଆହ୍ଲାବାଦ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସୂଚନା ଅନୁସାରେ, ପ୍ରତିଦିନ ଭଳି ସୋମବାର ସକାଳେ ବ୍ୟାଙ୍କ ଖୋଲିବା ପରେ ବ୍ୟାଙ୍କର ସମସ୍ତ ଜିନିଷପତ୍ର ଏଣେତେଣେ ବିଛୁରି ହୋଇ ପଡ଼ିଥିଲା । ଚୋରମାନେ ପଛପଟ ସ୍କାଏ ଲାଇଟ ଭାଙ୍ଗି ଭିତରକୁ ପଶିଥିଲେ । ସିସିଟିଭିର ତାର କାଟି ଚୋରମାନେ ଟଙ୍କା ଥିବା ସ୍ଥାନର ଗ୍ରୀଲ ଚାବି ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ତେବେ ଟଙ୍କା ଥିବା ଆଇରନ ଚେସିସ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳହୋଇ ପାରିନଥିଲେ ଏହି ଚୋରମାନେ ।

ସେପଟେ ସମ୍ପୃକ୍ତ ବ୍ୟାଙ୍କରେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନଥିବାରୁ ୬ମାସ ଭିତରେ ଏଠାରେ 2ୟ ଥର ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରାତିରେ ବିଜୁଳି କିମ୍ବା ସୁରକ୍ଷା ସାଇରନ ବ୍ୟବସ୍ଥା ମଧ୍ୟ ଏହି ଶାଖାରେ ନ ଥିବାରୁ ବାରମ୍ବାର ଏଭଳି ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ୫ଟି ପଞ୍ଚାୟତର ପାଖାପାଖି ୨୦ହଜାର ଗ୍ରାହକ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବାବେଳେ ସେମାନଙ୍କ ଗଚ୍ଛିତ ଟଙ୍କାର ସୁରକ୍ଷାକୁ ନେଇ ସାଧାରଣ କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.