ETV Bharat / state

ଟ୍ରାକିଂ-ଟ୍ରେସିଂ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ - balasore tracing-tracking program

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଟ୍ରାକିଂ-ଟ୍ରେସିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କରୋନା ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ କୋରୋନା କିଟ, ପର୍ସନାଲ କିଟ, ଥର୍ମାଲ ସ୍କାନର ସାମଗ୍ରୀ ବଣ୍ଟନ କରାଯାଇଛି। ଅଧିକ ପଢନ୍ତୁ...

ଟ୍ରାକିଂ-ଟ୍ରେସିଂ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

author img

By

Published : Jul 4, 2021, 8:03 PM IST

ବାଲେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଟ୍ରାକିଂ-ଟ୍ରେସିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କରୋନା ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ କୋରୋନା କିଟ, ପର୍ସନାଲ କିଟ, ଥର୍ମାଲ ସ୍କାନର ସାମଗ୍ରୀ ବଣ୍ଟନ କରାଯାଇଛି।

ବାଲେଶ୍ଵର ମାରଓ୍ବାଡି ଯୁବମଞ୍ଚ ପକ୍ଷରୁ ୧୦୦ଟି କୋରୋନା କିଟ୍ ଓ ୫୦୦ଟି ପର୍ସନାଲ କିଟ୍ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ହସ୍ତାନ୍ତର କରାଯାଇଛି। ଏହାସହ କୋରୋନା କିଟରେ, ଗୋଟିଏ ଇନଫ୍ରାରେଡ଼ ଥାର୍ମାଲ ସ୍କେନର, ଦୁଇଟି ଡିଜିଟାଲ ଥାର୍ମୋ ମିଟର, ଦୁଇଟି ଅକ୍ସି ପଲ୍ସ ମିଟର, ୨୦୦ ମାସ୍କ, ୨୦ ଯୋଡା ଗ୍ଲୋଭ୍ସ, ୧୦ ବୋତଲ ସାନିଟାଇଜର, ସାବୁନ, ଭିଟାମିନ ବଟିକା ସମେତ ଆନୁସଙ୍ଗିକ ଔଷଧ ରହିଛି। ଏହି କିଟ୍ ସ୍ବେଚ୍ଛାସେବୀ କାର୍ଯ୍ଯକର୍ତ୍ତାଙ୍କ ପାଇଁ ଯେଉଁମାନେ ଘରକୁ ଘର ବୁଲି ଟ୍ରାକିଂ-ଟ୍ରେସିଂ କାମ କରିବେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.