ETV Bharat / state

ସମାଜସେବା ପାଇଁ ରାଜନୀତିରେ ଡେବ୍ୟୁ କରିବେ ଇଞ୍ଜିନିଅର ବାବୁ - balasore

ପେସାରେ ସେ ଜଣେ ଶିକ୍ଷାବିତ ତଥା ଇଞ୍ଜିନିୟର । କିନ୍ତୁ ସମାଜସେବା ପାଇଁ ବାଲେଶ୍ବରର ଇଞ୍ଜିନିଅର ବିଦୁବେନ୍ଦୁ ପ୍ରଥମ କରି ରାଜନୀତିରେ ପାଦ ଥାପିଛନ୍ତି । ଭୋଗରାଇରୁ ବିଜେଡି ଟିକେଟରେ ଆଗାମୀ ନିର୍ବାଚନରେ ଲଢିବା ପାଇଁ ସେ ଆଶାୟୀ ପ୍ରାର୍ଥୀ ଅଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Mar 22, 2019, 5:21 PM IST

ବାଲେଶ୍ବର: ସମାଜସେବା ପାଇଁ ରାଜନୀତି ପୃଷ୍ଠଭୂମି । ଯେତେ ସମାଜସେବା କଲେ ମଧ୍ୟ ରାଜନୀତି ସମ୍ପର୍କ ନଥିଲେ ଏଥିରେ ପ୍ରତିବନ୍ଧକ ସୃଷ୍ଟି ହେବ । ସମାଜସେବା ପାଇଁ ରାଜନୀତିର ଆବଶ୍ୟକତା ଉପଲବ୍ଧି କରି ସେ ଏଥିରେ ପାଦ ଥାପିଛନ୍ତି ବୋଲି ଭୋଗରାଇରୁ ବିଜେଡି ଆଶାୟୀ ପ୍ରାର୍ଥୀ ଇଞ୍ଜିନିୟର ବିଦୁବେନ୍ଦୁ ପାତ୍ର କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇନିଜ ମତାମତ ରଖିଛନ୍ତି ଇଞ୍ଜିନିଅର ବାବୁ। ପେସାରେ ଜଣେ ଶିକ୍ଷାବିତ ତଥା ଇଞ୍ଜିନିୟର ଥିବା ବିଦୁବେନ୍ଦୁ ପ୍ରଥମ କରି ରାଜନୀତିରେ ପାଦ ଥାପିଛନ୍ତି । ଭୋଗରାଇରୁ ବିଜେଡି ଟିକେଟରେ ଆଗାମୀ ନିର୍ବାଚନରେ ଲଢିବା ପାଇଁ ସେ ଆଶାୟୀ ପ୍ରାର୍ଥୀ ଅଛନ୍ତି । ବିଜେଡିରେ ଯୋଗ ଦେବା ବିଷୟରେ ସେ କହିଛନ୍ତି ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ବାଭିମାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ତଥା ବର୍ତ୍ତମାନର ବାଲେଶ୍ବର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେଇଛନ୍ତି ।

ଭୋଗରାଇ ତାଙ୍କ ଜନ୍ମଭୂମି । ଏହାର ପାଣିପବନରେ ସେ ବଢିଛନ୍ତି । ଏହାର ସର୍ବାଙ୍ଗ ଉନ୍ନତି କରିବା ତାଙ୍କର ଏକାନ୍ତ ଇଚ୍ଛା । ଏଥିପାଇଁ ସେ ଭୋଗରାଇରୁ ନିର୍ବାଚନ ଲଢିବାକୁ ସେ ଆଶାୟୀ ବୋଲି କହିଛନ୍ତି । ତେବେ ଭୋଗରାଇର ହେଭିୱେଟ ନେତାଙ୍କ ଭିତରେ ଟିକେଟ ମିଳିବ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଏହା ଦଳ ସୁପ୍ରିମୋ ତଥା ସଭାପତିଙ୍କ ଉପରେ ନିର୍ଭର କରେ । ହେଭିୱେଟ କେହି ଆପେ ଆପେ ହୋଇନାହାନ୍ତି । ତାଙ୍କୁ ଦଳ ପ୍ଲାଟଫର୍ମ ଦେଇଛି । ଦଳର ପ୍ରେରଣାରେ ସେମାନେ ଏପରି ହୋଇଛନ୍ତି । ସେ ଯଦି ଟିକେଟ ପାଇବାକୁ ଯୋଗ୍ୟ ଥିବେ ତେବେ ଦଳ ସଭାପତି ତାଙ୍କୁ ଏଥିପାଇଁ ବାଛିବେ ।

ସେ କହିଛନ୍ତି ଯେ ତାଙ୍କ ଆଗରେ କେହି ବଡ କି ଛୋଟ ନୁହନ୍ତି । ସଭାପତି ଯାହା କରିବାକୁ କହିବେ ଦଳ ପାଇଁ ସେ ସବୁକିଛି କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଦେଖା କରିନାହାନ୍ତି କିମ୍ବା ଟିକେଟ ପାଇଁ ତାଙ୍କ ସହ ଆଲୋଚନା କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଆଶାୟୀ ପ୍ରାର୍ଥୀ ଭାବେ ନିଜ ବାୟୋଡାଟା ବାଲେଶ୍ବର ସାଂସଦ ରବୀନ୍ଦ୍ର ଜେନା ଏବଂ ଜିଲ୍ଲା ପ୍ରଭାରୀଙ୍କୁ ଦେଇଛନ୍ତି । ତାଙ୍କର ଆଶା ଅଛି ଯେ ସେମାନେ ଜଣେ ସ୍ବଚ୍ଛ ତଥା ରାଜନୀତିକୁ ଭଲ ପାଉଥିବା ବ୍ୟକ୍ତିକୁ ବାଛିବେ ।

ଟିକେଟ ନ ମିଳିଲେ କଣ କରିବେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ରାଜନୀତି ତାଙ୍କ ପେସା ନୁହେଁ । ରାଜନୀତି କରିବା ପାଇଁ ସେ ଏଠାକୁ ଆସିନାହାନ୍ତି । ସମାଜସେବା ପାଇଁ ସେ ରାଜନୀତିରେ ପାଦ ଥାପିଛନ୍ତି । ଟିକେଟ ନ ମିଳିଲେ ମଧ୍ୟ ତାଙ୍କୁ ଦଳୀୟ ସଭାପତି ଯାହା କର୍ତ୍ତବ୍ୟ ଦେବେ ଦଳ ପାଇଁ ସେ ସବୁକିଛି କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ନାହିଁନଥିବା ଚର୍ଚ୍ଚା ଚାଲିଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ଟ୍ରେଲର। ଟ୍ରେଲରରେ ମୋଦିଙ୍କ ଭୂମିକାରେ କମାଲ କରିଛନ୍ତି ଅଭିନେତା ବିବେକ ଓବରୟ, ଯେଉଁଥିରେ ଦେଖିବାକୁ ମିଳିଛି ମୋଦିଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଜୀବନର ଝଲକ।

ଟ୍ରେଲରରେ ମୋଦିଙ୍କ ପିଲାଦିନରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର କଠିନ ସମୟ ଦର୍ଶାଯାଇଛି । ମୁମ୍ବାଇର ଗୋଟିଏ ଇଭେଣ୍ଟରେ ଫିଲ୍ମର ସମସ୍ତ ଷ୍ଟାରଙ୍କ ଉପସ୍ଥିତିରେ  ରିଲିଜ କରାଯାଇଛି ଏହି ଟ୍ରେଲର। ଫିଲ୍ମରେ କେବଳ ବିବେକ ନୁହେଁ ବରଂ ତାଙ୍କ ପିତା ସୁରେଶ ଓବରୟ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଅମିତ ଶାହଙ୍କ ଭୂମିକାରେ ମନୋଜ ଯୋଶୀ ନଜର ଆସୁଥିବାବେଳେ ମୋଦିଙ୍କ ମାଆ ହିରାବେନଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଜରିନା ୱହାବ।

ପ୍ରକାଶ ଥାଉକି, ଫିଲ୍ମଟି ସମସ୍ତଙ୍କ ପାଇଁ ବହୁତ ଖାସ କାରଣ ଏଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସାଧୁ, ମୁଖ୍ୟମନ୍ତ୍ରୀ ଆଉ ତାପରେ ପ୍ରଧାନମନ୍ତ୍ରୀ ହେବାର ସମ୍ପୂର୍ଣ୍ଣ କାହାଣୀ ନଜର ଆସିବ। ନିର୍ବାଚନକୁ ଆଖିରେ ରଖି ଫିଲ୍ମଟି ଏପ୍ରିଲ 5ତାରିଖରେ ରିଲିଜ ହେବାର ନିଷ୍ପତ୍ତି ନିଆଯାଇଛି। କିନ୍ତୁ ପୂର୍ବରୁ ଏହା ଏପ୍ରିଲ 12ତାରିଖରେ ରିଲଜ ହେବାର ଘୋଷଣା କରାଯାଇଥିଲା ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.