ETV Bharat / state

ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିୟରଙ୍କ ମୃତ୍ୟୁ

author img

By

Published : Aug 28, 2021, 7:48 PM IST

ଜଳେଶ୍ବର ରେଳଷ୍ଟେସନରେ ମାଲଗାଡି ଧକ୍କାରେ ଜଣେ ସିନିୟର ସେକ୍ସନ ସିଗନାଲ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ସେହିପରି କୋରେଇ ଥାନା ବୈତରଣୀ ରୋଡ ରେଳ ଷ୍ଟେସନ ଠାରେ ଜଣେ ଯୁବକ ଖସିପଡି ମୃତ୍ୟୁବରଣ କରିଛି । ଅଧିକ ପଢନ୍ତୁ...

ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିୟରଙ୍କ ମୃତ୍ୟୁ
ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିୟରଙ୍କ ମୃତ୍ୟୁ

ବାଲେଶ୍ବର/ଯାଜପୁର: ଜଳେଶ୍ବର ରେଳଷ୍ଟେସନରେ ମାଲଗାଡି ଧକ୍କାରେ ଜଣେ ସିନିୟର ସେକ୍ସନ ସିଗନାଲ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବାବୁଲାଲ ହେମ୍ବ୍ରମ ଓ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ମଙ୍ଗଳପୁର ଗ୍ରାମର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଇଞ୍ଜିନିୟର ବାବୁଲାଲ ଶନିବାର ଭୋର ସମୟରେ ରେଳ ଲାଇନ ଅତିକ୍ରମ କରୁଥିବାବେଳେ ଅସାବଧାନତା ଯୋଗୁଁ ମାଲଗାଡି ତାଙ୍କୁ ଧକ୍କା ଦେଇଥିଲା। ବାବୁଲାଲ ୧୧ ବର୍ଷ ହେଲା ଜଳେଶ୍ବରରେ କାର୍ଯ୍ୟରତ ଥିଲେ।

ସେହିପରି ଆଉ ଏକ ଘଟଣା କ୍ରମରେ, କୋରେଇ ଥାନା ବୈତରଣୀ ରୋଡ ରେଳଷ୍ଟେସନ ‘‘ଉତ୍ତର କେବିନ’’ ନିକଟରେ ଘଟିଛି ଅଭାବନୀୟ ଘଟଣା । ସୂଚନା ମୁତାବକ ଆଜି(ଶନିବାର) ଅପରାହ୍ନରେ ଏକ୍ସପ୍ରେସ ଗାଡ଼ିରୁ ଖସିପଡି ଏକ ଯୁବକଙ୍କ ମୃତ୍ୟୁ ଘଟିଛି । ପ୍ରାରମ୍ଭିକ ସୂଚନାରୁ ମୃତ୍ୟୁ ବ୍ୟକ୍ତି ବେଙ୍ଗଲ (ମାଲଦା) ଅଞ୍ଚଳର ବୋଲି ଜଣାପଡିଛି । ତେବେ ଯୁବକର ମୃତ୍ୟୁ ଖବର ଶୁଣି ଯାଜପୁର ରୋଡ GRP ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ଓ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.