ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ରେମୁଣା ବିଧାୟକଙ୍କ ଗାଡି ଉପରକୁ ଢେଲାମାଡ଼। ମେଡିକାଲକୁ କୌଣସି କାମ ପାଇଁ ବିଧାୟକ ଯାଇଥିବା ବେଳେ ସେଠାରେ ତାଙ୍କୁ କିଛି ଅସାମାଜିକ ଯୁବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ।
ଏହାସହ ତାଙ୍କ ଗାଡ଼ି ଉପରକୁ ଇଟା ପଥର ଫିଙ୍ଗିଥିଲେ। ବିଧାୟକ ଗାଡିରୁ ଓହ୍ଲାଇବା ପରେ ସେମାନେ ସେଠାରୁ ଦୌଡ଼ି ପଳାଇଥିଲେ। ଏନେଇ ବିଧାୟକ ଟାଉନ ଥାନାରେ ଏକ ଅଭିଯୋଗ କରିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ