ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ରଜ ମଉଜ, ପ୍ରବାସୀ ଖାଇଲେ ପିଠା-ମିଠା

ବାହାର ରାଜ୍ୟରୁ ପ୍ରବାସୀ ଓଡିଆମାନେ ଆସି ଏବେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି। ସେମାନଙ୍କ ପାଇଁ ରଜ ମଉଜ ଫିକା ପଡି ନଯାଉ ସେପ୍ରତି ଦୃଷ୍ଟି ଦେଇଛନ୍ତି ଜଣେ ସରପଞ୍ଚ।

raja-celebration-at-the-balaswre-quarantine-center
ବାଲେଶ୍ବର କ୍ବାରେଣ୍ଟାଇନ ସେଣ୍ଟରରେ ରଜ ମଉଜ
author img

By

Published : Jun 16, 2020, 5:42 PM IST

ବାଲେଶ୍ବର: ଓଡ଼ିଆମାନଙ୍କ ବଡ଼ ପର୍ବ ରଜ ମଉଜକୁ ଫିକା ପକାଇଛି କୋରୋନା। ରାଜ୍ୟରେ ଲକଡାଉନ ଜାରି ଥିବା ବେଳେ ରଜ ମଉଜ ପାଇଁ ଲୋକମାନେ ଚଳିତ ବର୍ଷ ରଜ ପାଳନରୁ ବଞ୍ଚିତ ହୋଇଛନ୍ତି । ବାହାର ରାଜ୍ୟରୁ ପ୍ରବାସୀ ଓଡିଆମାନେ ଆସି ଏବେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି। ସେମାନଙ୍କ ପାଇଁ ରଜ ମଉଜ ଫିକା ପଡି ନଯାଉ ସେପ୍ରତି ଦୃଷ୍ଟି ଦେଇଛନ୍ତି ଜଣେ ସରପଞ୍ଚ।

ବାଲେଶ୍ବର କ୍ବାରେଣ୍ଟାଇନ ସେଣ୍ଟରରେ ରଜ ମଉଜ

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ରାଏରାମଚନ୍ଦ୍ରପୁର ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ପାଳନ କରାଯାଇଛି ରଜ। ସରପଞ୍ଚ ଉଦୟ କୁମାର ସାହୁ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀମାନଙ୍କ ପାଇଁ ପିଠା ଓ ମିଠାର ବନ୍ଦୋବସ୍ତ କରିବା ସହ ସେମାନଙ୍କ ମନୋରଞ୍ଜନ ବ୍ୟବସ୍ଥା କରିଥିଲେ। ପ୍ରବାସୀମାନେ ଯେମିତି ଘର ଠାରୁ ଅଲଗା ରହିଲେ ମଧ୍ୟ ରଜ ମଉଜ କରି ପାରିବେ ସେଥିପ୍ରତି ଦୃଷ୍ଟି ଦେଇଥିଲେ ସରପଞ୍ଚ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.