ETV Bharat / state

ନାବାଳକ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ପୋଲିସକୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନାରେ ଅଘଟଣ । ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାରକୁ ନେଇ ବିଚ୍ ରାସ୍ତାରେ ପୋଲିସକୁ ଗୋଡେଇ ଗୋଡେଇ ପିଟିଲେ ଉତ୍ତ୍ୟକ୍ତ ଲୋକେ । ଲୋକଙ୍କ ମାଡରେ ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଗୁରୁତର ହୋଇଛନ୍ତି ।

author img

By

Published : Jul 26, 2019, 1:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଏକ ଢାବାରେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାରକୁ ନେଇ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ବିଚ୍ ରାସ୍ତାରେ ଜଣେ ପୋଲିସ ଅଧିକାରୀଙ୍କୁ ଗୋଡେଇ ଗୋଡଇ ମାଡ ମାରି ଲହୁଲୁହାଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଧୀନରେ ଥିବା ଏକ ଢାବା ନିକଟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତାର ଇଡକୋ ହସ୍ପିଟାଲ ଛକ ନିକଟରେ ଥିବା ରାଜଧାନୀ ଢ଼ାବାରୁ ଆଜି(ଶୁକ୍ରବାର) ସକାଳୁ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଉଲୁଡା ଗ୍ରାମର ବିଜୟ ଦଳାଇ । ସେ ସେହି ଢାବାରେ କାମ କରୁଥିଲା । ସକାଳୁ ଢାବାରେ ନାବାଳିକାର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ଢାବାର ଅନ୍ୟ କର୍ମଚାରୀମାନେ ପରିବାର ଲୋକ ଏବଂ ପୋଲିସକୁ ଖବର ଦେଇଥିଲେ ।

ତେବେ ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଢାବା ଭିତରେ ଭଙ୍ଗାରୁଜା କରିଥିଲେ ।

ସେପଟେ ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଉତ୍ତ୍ୟକ୍ତ ଲୋକମାନେ ପୋଲିସକୁ ଗୋଡାଇ ଗୋଡାଇ ପିଟିଥିଲେ । ଲୋକଙ୍କ ମାଡରେ ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଗୁରୁତର ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ଉପରିସ୍ଥ ଅଧିକାରୀ ପହଞ୍ଚିଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଧିନ ଏକ ଢ଼ାବାରେ ନାବାଳକ ଝୁଲନ୍ତା ମୃତଦେହକୁ ନେଇ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା ଯେ ପୋଲିସ ଅଧିକାରୀମାନଙ୍କୁ ଲୋକମାନେ ମାଡ଼ ମାରି ଲହୁ ଲୁହାଣ କରି ପକାଇଛନ୍ତି।

ସୂଚନା ଅନୁସାରେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ - ବସ୍ତା ମୁଖ୍ଯ ରାସ୍ତା ର ଇଡ୍କୋ ହସପିଟାଲ ଛକ ନିକଟରେ ଥିବା ରାଜଧାନୀ ଢ଼ାବା ରୁ ସେହି ଢାବା ରେ କାମ କରୁଥିବା ଜଣେ ନାବାଳକ ର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ମୃତ ନାବାଳକ ଜଣକ ଉଜୁଡା ଗ୍ରାମ ର ବିଜୟ ଦଳାଇ ବୋଲି ଜଣାପଡିଛି । ସେ ପ୍ରାୟ ଦୁଇ ବର୍ଷ ରୁ ଉର୍ଧ୍ବ ଏହି ଢ଼ାବା ରେ କାମ କରି ଆସୁଥିଲେ । ତେବେ ଆଜି ସକାଳୁ ଢ଼ାବା ର ଅନ୍ୟ କର୍ମଚାରୀ ମାନେ ବିଜୟ ର ଝୁଲନ୍ତା ମୃତ ଦେହକୁ ଦେଖି ପରିବାର ଲୋକ ଓ ପୋଲିସ କୁ ଖବର ଦେଇଥିଲେ । ତେବେ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ବାଲିଆପାଳ - ବସ୍ତା ମୁଖ୍ଯ ରାସ୍ତା କୁ ଅବରୋଧ କରିବା ସହିତ ଢାବା କୁ ମଧ୍ଯ ଭଗାଂରୁଜା କରି ଥିଲେ। ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ବେଳେ ଉତ୍ଯକ୍ତ ଲୋକେ ପୋଲିସ କୁ ଗୋଡାଇ ଗୋଡାଇ ପିଟିବା ଆରମ୍ଭ କରି ଦେଇଥିଲେ। ଲୋକଙ୍କ ମାଡରେ ବାଲିଆପାଳ ଥାନା iic ପ୍ରଭୁକଲ୍ଯାଣ ଆଚାର୍ଯ୍ଯ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଉପରିସ୍ଥ ଅଧିକାରୀ ପହଞ୍ଚିଥିବା ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.