ETV Bharat / state

ଘରେ ରୋଗୀଣା ସ୍ତ୍ରୀ, ଆମ୍ବୁଲାନ୍ସ କେମିତି ଡାକିବ ଜାଣିନି ସ୍ବାମୀ - 108 Ambulance

ଏବେବି ଲୋକେ ଜାଣନ୍ତିନି କିପରି ମିଳିବ 108 ଆମ୍ବୁଲାନ୍ସ ସେବା । କିପରି ଡକାଯାଏ ଆମ୍ବୁଲାନ୍ସ । କେଉଁ ନମ୍ବରରେ କରିବାକୁ ପଡିବ ଫୋନ । ଡଲା ରିକ୍ସାରେ ଶବ ବୁହାହେବା ଏକ ଘଟଣାରୁ ଏକଥା ସ୍ପଷ୍ଟ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 18, 2019, 4:42 PM IST

ବାଲେଶ୍ୱର: 108 । ଘରେ ଘରେ ପରିଚିତ ଏହି ନମ୍ବର । ଯଦି ଦେହ ଖରାପ ହୁଏ, 108କୁ କଲ । ରାସ୍ତାରେ ଦୁର୍ଘଟଣା ଘଟିଲା । 108କୁ କଲ । ଆସିବ ଆମ୍ବୁଲାନ୍ସ । ବିନା ଦେୟରେ ପହଞ୍ଚାଇଦେବ ମେଡିକାଲ । ହେଲେ ଜାଣିଛନ୍ତି, କିପରି ଡାକିବାକୁ ପଡେ ଆମ୍ବୁଲାନ୍ସ ? ଏବେବି ବହୁ ଲୋକଙ୍କୁ ଅଜଣା । ଯେଉଁଥିପାଇଁ ରିକ୍ସାରେ ବୁହାହେଲେ ରୋଗୀ ।

ଆମ୍ବୁଲାନ୍ସକୁ କଲ କରିଥିଲୁ, ହେଲେ ଆସିଲାନାହିଁ । ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଏପରି ବହୁ ଖବର ଆପଣ ପଢିଥିବେ, ଟିଭି ପରଦାରେ ଦେଖିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଖବର କହିବାକୁ ଯାଉଛି, ଯାହା ଏସବୁର ବ୍ୟତିକ୍ରମ । ରିକ୍ସାରେ ବୁହା ହେଲେ ରୋଗୀ । କାହିଁକିନା ଆମ୍ବୁଲାନ୍ସ ସେବା କିପରି ମିଳେ, ତାହା ଜଣାନଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପୁରା ଘଟଣା ଏପରି । ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ନୂଆସାହି ଗ୍ରାମର ଘନଶ୍ୟାମ ରଣାସିଆଙ୍କ ସ୍ତ୍ରୀ ଆରତୀଙ୍କ ଗୋଡ଼ରେ ଏକ ଘାଆ ହୋଇଥିଲା । ଆଜି ସକାଳୁ ତାହା ଫାଟି ଯିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ହୋଇପଡିଥିଲେ ଆରତୀ । ହେଲେ ଆମ୍ବୁଲାନ୍ସ କିପରି ଡକାଯାଏ, ତାହା ସ୍ବାମୀ ଘନଶ୍ୟାମଙ୍କୁ ଜଣାନଥିଲା । ନିଜ ଡାଲା ରିକ୍ସାରେ ସ୍ତ୍ରୀକୁ ମେଡିକାଲ ପହଞ୍ଚାଇଥିଲେ ଘନଶ୍ୟାମ । ନିଜର କୁନି ସନ୍ତାନ ମଧ୍ୟ ରିକ୍ସାରେ ବସିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସରକାର 108 ଆମ୍ବୁଲାନ୍ସ ନେଇ ବାଃ ବାଃ ମାରୁଥିବା ବେଳେ ଲୋକେ ଏହା ଉପରେ କେତେ ସଚେତନ, ତାହା ସ୍ପଷ୍ଟ ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚୟତ ନୂଆସାହି ଗ୍ରାମର ଘନଶ୍ୟାମ ରଣାସିଆ ନିଜ ରୋଗିଲା ସ୍ତ୍ରୀ କୁ ପଟା ରିକ୍ସା ରେ ମେଡିକାଲ କୁ ଆଣିଥିବା ଦେଖାଯାଇଛି। ନିରକ୍ଷରତା ଏହି ଘଟଣାର ପ୍ରକୃତ କାରଣ ସାଜିଥିବା ବେଳେ କେଉଁଠି ନା କେଉଁଠି ପ୍ରଶାସନିକ ସଚେତନତାର ଅଭାବ ଥିବା ଜଣାପଡୁଛି।

Body:କିଛିଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ଆରତୀ ଙ୍କ ଗୋଡ଼ରେ ଘା ହୋଇଥିଵା ବେଳେ ଆଜି ସକାଳୁ ତାହା ଫାଟି ଗୋଡ଼ରୁ ରକ୍ତ ନିର୍ଗତ ହେବା ସହ ଚାଲିବା ମୁସ୍କିଲ ହୋଇପଡିଥିଲା। ଆମ୍ବୁଲାନ୍ସକୁ କେମିତି ଡାକିବା ପାଇଁ ହୁଏ ବୋଲି ସଠିକ ଭାବେ ଜାଣି ନଥିବା ଘନଶ୍ୟାମ ସ୍ତ୍ରୀକୁ ନିଜ ପଟା ରିକ୍ସାରେ ଧରି ମେଡିକାଲରେ ପହଞ୍ଚି ଯାଇଥିଲେ। ତେବେ ଅଧିକାଂଶ ସମୟରେ ଛୋଟ ମୋଟ ରୋଗରେ ଲୋକ 108 ଡାକି ଅଯଥା ବଡ଼ ଗୁରୁତର ରୋଗୀଙ୍କୁ ଅସୁବିଧା ରେ ପକାଉଥିବା ଅଭିଯୋଗ ହେଉଥିବା ବେଳେ ଏହା ସେମାନଙ୍କ ପାଇଁ ଏକ ଶିକ୍ଷା ବୋଲି ଆଲୋଚନା ହେଉଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.