ETV Bharat / state

ଡିଜେ ଶବ୍ଦରେ ଅତିଷ୍ଠ ସହରବାସୀ, ବନ୍ଦ ନହେଲେ କୋର୍ଟର ହେବେ ଦ୍ୱାରସ୍ଥ - ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସହରବାସୀ

ବାଲେଶ୍ୱରରେ ଗଣେଶଙ୍କ ଭସାଣିରେ ଡିଜେ ଶବ୍ଦ ଯୋଗୁଁ ସାଧାରଣ ଲୋକେ ଅସନ୍ତୋଷ । ଶବ୍ଦ ପ୍ରଦୂଷଣ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ସହରବାସୀ । ଅଧିକ ପଢନ୍ତୁ

ଡିଜେ ଶବ୍ଦରେ ଅତିଷ୍ଠ ସହରବାସୀ
ଡିଜେ ଶବ୍ଦରେ ଅତିଷ୍ଠ ସହରବାସୀ
author img

By ETV Bharat Odisha Team

Published : Sep 27, 2023, 9:22 AM IST

ଡିଜେ ଶବ୍ଦରେ ଅତିଷ୍ଠ ସହରବାସୀ

ବାଲେଶ୍ବର: ଡିଜେ ଶବ୍ଦରେ ଅତିଷ୍ଠ ହେଲେଣି ସହରବାସୀ । ଚଳିତ ବର୍ଷ ଗଣେଶ ପୂଜା ସରିଥିବା ବେଳେ ସବୁଠି ଗଣେଶଙ୍କ ବିସର୍ଜନ ହେଉଛି । ହେଲେ ବାଲେଶ୍ୱରରେ ଗଣେଶଙ୍କ ଭସାଣିରେ ଡିଜେର ବିକଟାଳ ଶବ୍ଦ ଯୋଗୁଁ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମିତି କି ଡିଜେରେ ଲାଗୁଥିବା ଲେଜର୍‌ ଲାଇଟ୍‌ ଯୋଗୁଁ ଭସାଣି ବେଳେ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିବା ଅନେକ ଲୋକଙ୍କ ମୋବାଇଲ ଲେନ୍ସ ଅଚଳ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଶବ୍ଦ ପ୍ରଦୂଷଣ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ଏସବୁ ଡିଜେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରା ନଗଲେ ସାଧାରଣ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ପ୍ରତିବର୍ଷ ଗଣେଶ ପୂଜାଠାରୁ ଆରମ୍ଭ କରି ଦୁର୍ଗାପୂଜା ଆଦି ଅନେକ ଉତ୍ସବ ପାଳନ ସହ ସରସ୍ୱତୀ ପୂଜାରେ ଶେଷ ହୋଇଥାଏ । ଏହି ସମୟରେ ବିଭିନ୍ନ ପୂଜା ମଣ୍ଡପରେ ୬୫ ଡେସିବିଲରୁ ଅଧିକ ଶବ୍ଦରେ ଡାକବାଜି ଯନ୍ତ୍ର ବଜାଯାଉଛି । ଏପରିକି ବିଭିନ୍ନ ସମୟରେ ଏହା ଶହେ ଡେସିବିଲରୁ ଅଧିକ ଶବ୍ଦରେ ବଜାଯାଉଛି ।

ଗତ ୨୧ ଓ ୨୨ ତାରିଖରେ ବାଲେଶ୍ୱର ସହରରେ ଗଣେଶ ମେଢ଼ ଭସାଣୀ ବେଳେ ପୋଲିସ ଉପସ୍ଥିତିରେ ଆଇନ ଉଲ୍ଲଂଘନ ସହ ମାତ୍ରଧିକ ଶବ୍ଦରେ ଡିଜେ ବଜା ଯାଇ ଭସାଣି କରାଯାଇଥିଲା । ପୋଲିସ କିମ୍ବା ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ନଡରି ବିଭିନ୍ନ କ୍ଲବ୍‌ର ସଦସ୍ୟମାନେ ବଡ଼ବଡ଼ ଗାଡ଼ିରେ ଡିଜେ ବଜାଇ ଶୋଭାଯାତ୍ରା ନାମରେ ରାସ୍ତା ଅବରୋଧ କରିଥିଲେ । ଫଳରେ ସାଧାରଣ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେବା ସହିତ ଆମ୍ବୁଲାନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଉଥିବା ଗାଡ଼ି ଗୁଡ଼ିକ ଯିବା ଆସିବାରେ ସମସ୍ୟା ଉପୁଜିଥିଲା । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନର ପାର୍ବଣ ଋତୁରେ ଏହିଭଳି ଅବ୍ୟବସ୍ଥା ବନ୍ଦ ହେବା ଉପରେ ସମସ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭର ସିଟି, ମଦ ଓ ଡିଜେ ମୁକ୍ତ ହେବ ମା‘ଙ୍କ ଭସାଣି

ସେହିପରି ଅନ୍ୟପଟେ ପାର୍ବଣ ଋତୁ ପୂର୍ବରୁ ମା‘ଙ୍କ ଆଗମାନ ପାଇଁ କଟକରେ ଆରମ୍ଭ ହୋଇଯାଇଛି ଜୋରସୋର ପ୍ରସ୍ତୁତି । ପାର୍ବଣକୁ ନେଇ କଟକ ମହାନଗର ଶାନ୍ତି କମିଟି ତରଫରୁ ଆସନ୍ତା ଦୁର୍ଗାପୂଜା ପାଇଁ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ । ‘ମଦ ମୁକ୍ତ ଭସାଣି’ ଆଉ ‘ଡିଜେ ମୁକ୍ତ ରୋଶଣୀ’ ନାରା ନେଇ ଏଥର ଶାନ୍ତି କମିଟି ପାଳନ କରିବ ପାର୍ବଣ ଋତୁ । ପ୍ରଶାସନିକ ସହଯୋଗ ଏବଂ ସିଙ୍ଗଲ୍‌ ୱିଣ୍ଡୋ ଅପରେସନ ମାଧ୍ୟମରେ ଏଥର ସମସ୍ତ ପୂଜା ପାଇଁ ଅନୁମତି ଯାଇଥିବା କହିଛନ୍ତି ପୋଲିସ କମିଶନର ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.