ETV Bharat / state

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ - patient dead

ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଏଭଳି ଅଭିଯୋଗ ଆସିଛି । ଚିକିତ୍ସା ଅବହେଳାରୁ ବାଲେଶ୍ଵର ଦରଘା ବଜାରରେ ରିଆସତ ଅଲିଙ୍କ ୧୨ ବର୍ଷୀୟ କନ୍ୟା ରୁବିନା ଖାତୁନର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର
author img

By

Published : Aug 9, 2019, 3:05 PM IST

ବାଲେଶ୍ଵର: ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଏଭଳି ଅଭିଯୋଗ ଆସିଛି । ଚିକିତ୍ସା ଅବହେଳାରୁ ବାଲେଶ୍ଵର ଦରଘା ବଜାରରେ ରିଆସତ ଅଲିଙ୍କ ୧୨ ବର୍ଷୀୟ କନ୍ୟା ରୁବିନା ଖାତୁନର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଝାଡାବାନ୍ତି ଚିକିତ୍ସା ପାଇଁ ପରିବାର ଲୋକେ ରୁବିନାକୁ ଡାଇରିଆ ୱାର୍ଡରେ ଭର୍ତ୍ତି କରିଥିଲେ। ଦୀର୍ଘ ସମୟ ଧରି ଡାକ୍ତର ନଆସିବାରୁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗରେ ପରିବାର ଲୋକେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ଏହାକୁ ନେଇ କିଛି ସମୟ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଲେଶ୍ଵର ଉପଜିଲ୍ଲାପାଳ ନିଲୁ ମହାପାତ୍ର ମେଡିକାଲରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହ ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାର ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ପାଇଁ ରୋଗୀର ମୃତ୍ୟୁ ଅଭିଯୋଗ । ମୃତକ ହେଲେ ବାଲେଶ୍ଵର ଦରଘାବଜାରର ରିଆସତ ଅଲିଙ୍କ ୧୨ ବର୍ଷୀୟ କନ୍ୟା ରୁବିନା ଖାତୁନ।

ସୂଚନା ଅନୁସାରେ, ରୁବିନା ଝାଡାବାନ୍ତି ଚିକିତ୍ସା ପାଇଁ ଡାଇରିଆ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ସମୟ ଡାକ୍ତର ନଆସିବାରୁ ଚିକିତ୍ସା ଅବହେଳା ହୋଇ ଝିଅଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗରେ ପରିବାର ଲୋକେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାକୁ ନେଇ କିଛି ସମୟ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଲେଶ୍ଵର ଉପଜିଲ୍ଲାପାଳ ନିଲୁ ମହାପାତ୍ର ମେଡିକାଲରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାର ପ୍ରତିଶୃତିପରେ ପରିସ୍ଥିତି ଶାନ୍ତ ହୋଇଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.