ETV Bharat / state

ସ୍କାମ୍ ମାଷ୍ଟରମାଇଣ୍ଡ ଫିନାଇଲ ବ୍ୟବସାୟୀ, କ୍ଲାଉଡ୍ ଫଟ୍ ଆପ୍‌ର ୫୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫ୍ରିଜ୍

author img

By

Published : May 24, 2023, 11:22 PM IST

ଅନଲାଇନ ପୁଞ୍ଜିନିବେଶ କରୁଥିଲେ ସାବଧାନ ! ଆପଣ ବି ହୋଇପାରନ୍ତି ଠକାମିର ଶିକାର । କ୍ଲାଉଡ୍ ଫଟ୍ ଆପ ଜରିଆରେ ୨୦୦ ଜମାକାରୀଙ୍କୁ ଠକିଛନ୍ତି ଅଭିଯୁକ୍ତ । ଦେଶର ବିଭିନ୍ନ ସ୍ଥାନରୁ ସୁରାକ୍ ପାଇଛି EOW । ଅଧିକ ପଢନ୍ତୁ

online scam by phenyle seller
କ୍ଲାଉଡ୍ ଫଟ୍ ଆପ ଜରିଆରେ ଠକେଇ

ବାଲେଶ୍ବର: ଫିନାଇଲ ବ୍ୟବସାୟୀରୁ ଚିଟ୍‌ଫଣ୍ଡ୍‌ ସ୍କାମର ମାଷ୍ଟରମାାଇଣ୍ଡ । କ୍ଲାଉଡ୍ ଫଟ୍ ଆପର ବ୍ୟବହାର କରି ଅନଲାଇନ ମାଧ୍ୟମରେ କରାଯାଉଥିବା ଠକେଇର ପର୍ଦ୍ଦାଫାସ କରିଛି ଅର୍ଥନୈତିକ ଅପରାଧ ଶାଖା । ୪୦ ଟଙ୍କାର ମୁନାଫା ଲୋଭ ଦେଖାଇ ୨୦୦ ଜମାକାରୀଙ୍କୁ ଠକେଇ କରିଛନ୍ତି ସଂପୃକ୍ତ ବ୍ୟବସାୟୀ । ସତ ସାମ୍ନାକୁ ଆସିବା ପରେ କ୍ଲାଉଡ୍ ଫଟ୍ ଆପ୍ ଆକାଉଣ୍ଟରେ ଥିବା ୫୩ ଲକ୍ଷ ୪୮ହଜାର ଟଙ୍କାକୁ ଫ୍ରିଜ୍ କରିଛି ଅର୍ଥନୈତିକ ଅପରାଧ ଶାଖା । ଠକେଇ ଟଙ୍କାକୁ ୭ଟି ଆକାଉଣ୍ଟରେ ଜମା ରଖିଥିଲା ଅଭିଯୁକ୍ତ । ଘଟଣାଟି ବାଲେଶ୍ବରର ହୋଇଥିବାବେଳେ କେବଳ ଓଡ଼ିଶାରେ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଏପରି ଠକେଇ ହୋଇଥିବା ଜାଣିବାକୁ ପାଇଛି EOW ।

ଏହି ଆପ୍ ଜରିଆରେ ସାରା ଦେଶରୁ ଠକେଇ ହୋଇଛି କୋଟିକୋଟି ଟଙ୍କା । ଅନ୍‌ଲାଇନ ପୁଞ୍ଜି ନିବେଶ ଆଳରେ କ୍ଲାଉଡ୍ ଫଟ୍ ଆପ୍ ଜରିଆରେ ନିବେଶକଙ୍କୁ ଠକିବା ଉଦ୍ଦେଶ୍ୟ ରହିଥିଲା । ଏହା ଏକ ଆମେରିକୀୟ ସଂସ୍ଥା ହୋଇଥିବାବେଳେ ନିଜକୁ ଓଡ଼ିଶାରେ ଥିବା କ୍ଲାଉଡ୍ ଫଟ୍ ଆପର ସାର୍ଟିଫାଏଡ ଡିଷ୍ଟ୍ରିକ୍ଟ ହେଡ୍‌ର ପରିଚୟ ଦେଇ ବାଲେଶ୍ବରରୁ ୨୦୦ରୁ ଉର୍ଦ୍ଧ୍ବ ଜମାକାରୀଙ୍କୁ ଲଗାଇଥିଲେ ଚୁନ । ଏପରିକି RBI ଗଭରର୍ଣ୍ଣରଙ୍କ ଜାଲ ଦସ୍ତଖତ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଯାଉଥିଲା । ନିତିଦିନ ୪୦ ଟଙ୍କାର‌ ମୁନାଫା ଲୋଭ ଦେଖାଇ ଲୋକଙ୍କ ଠାରୁ କୋଟିକୋଟି ଟଙ୍କା ଠକେଇ କରିବା ପରେ ଆଉ ଧରାଛୁଆଁ ଦେଇନଥିଲା ଅଭିଯୁକ୍ତ ।

ସୂଚନା ମୁତାବକ, ଗତ ଏପ୍ରିଲ ୭ତାରିଖରେ ଠକ ନିଲେଶ କରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ EOW । ଠକ ନିଲେଶ କରକୁ ଗିରଫ କରିବା ପରେ ୪ଦିନିଆ ରିମାଣ୍ଡରେ ନେଇଥିଲା ଅର୍ଥନୈତିକ ଅପରାଧା ଶାଖା । ତାପରେ ସାମ୍ନାକୁ ଆସିଥିଲା ପୁରା ଘଟଣାକ୍ରମ । ଫିନାଇଲ ବିକାଳିରୁ ଅନଲାଇନ ପୁଞ୍ଜି ସ୍କାମର ମାଷ୍ଟରମାଇଣ୍ଡ ସାଜିଥିବା ନିଲେଶ ସବୁ ସତ ବଖାଣିଥିଲା ।

ଏପରିକି ଠକେଇ ପାଇଁ ପ୍ରଥମେ ଲୋକଙ୍କୁ କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କରି କମ୍ପାନୀର ପ୍ରମୋସନ କରିଥିଲେ। ପରେ କ୍ଲାଉଡ ଫଟ୍ ଆପରେ ଟଙ୍କା ନିବେଶ କଲେ ଭଲ ମୁନାଫାର ଅଫର ଦେଉଥିଲେ । ପ୍ରଥମେ ରେଜିଷ୍ଟ୍ରେସନ ଓ ପରେ ଅନ୍ୟକୁ ରେଜିଷ୍ଟ୍ରେସନ ପାଇଁ ପ୍ରବର୍ତ୍ତାଇବା ସହ ନିତିଦିନ ୪୦ଟଙ୍କା ହିସାବରେ ମୁନାଫାର ଲୋଭ ଦେଖାଇ ଲୋକଙ୍କୁ ନିବେଶ ପାଇଁ ବିଭିନ୍ନ ସଭା ସମିତି ମଧ୍ଯ କରୁଥିଲେ ।

ପ୍ରଥମେ ନିବେଶକାରୀଙ୍କୁ ରିଟର୍ଣ୍ଣ ଦେଉଥିଲେ । ଆଉ ପରେ ଆଉ ରିଟର୍ଣ୍ଣ ନଦେଇ ସବୁ ଟଙ୍କା ନେଇ ଫେରାର ହୋଇଯାଉଥିଲେ । ଏହିପରି ଭାବେ ବାଲେଶ୍ବରରୁ ୨୦୦ ଜମାକାରୀ ଓ ସମଗ୍ର ଦେଶରୁ ୮୦ହଜରରୁ ଉର୍ଦ୍ଧ୍ବ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ହୋଇଥିବା EOW ଜାଣିବାକୁ ପାଇଥିଲା । ସତ ଜଣାପଡିବା ପରେ ଏହି ସଂସ୍ଥାର ଆକାଉଣ୍ଟରେ ଥିବା ୫୩ ଲକ୍ଷ ୪୮ ହଜାର‌ ଟଙ୍କା ଫ୍ରିଜ୍ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ଅଧିକ ଟଙ୍କା ଜବତ ହୋଇପାରେ ବୋଲି ଆଶଙ୍କା କରାଯାଉଥିବା ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛି EOW ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.