ETV Bharat / state

ଅସିତ ତ୍ରିପାଠୀଙ୍କ ସମୀକ୍ଷା ବୈଠକ, ଉତ୍ତର ଓଡ଼ିଶାର ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ

author img

By

Published : Mar 23, 2021, 10:37 PM IST

ବାଲେଶ୍ଵର ନୋସି ବିଜିନେସ ପାର୍କ ଉତ୍ତର ଓଡ଼ିଶାର ଶିଳ୍ପ ପ୍ରତିଷ୍ଠାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଥିଲା। ଅଧିକ ପଢ଼ନ୍ତୁ...

ଅସିତ ତ୍ରିପାଠୀଙ୍କ ସମୀକ୍ଷା ବୈଠକ, ଉତ୍ତର ଓଡ଼ିଶାର ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ
ଅସିତ ତ୍ରିପାଠୀଙ୍କ ସମୀକ୍ଷା ବୈଠକ, ଉତ୍ତର ଓଡ଼ିଶାର ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ

ବାଲେଶ୍ବର: ବାଲେଶ୍ଵର ନୋସି ବିଜିନେସ ପାର୍କ ଉତ୍ତର ଓଡ଼ିଶାର ଶିଳ୍ପ ପ୍ରତିଷ୍ଠାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଥିଲା। ଏଥିରେ ବିଶେଷ କରି ବାଲେଶ୍ଵର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାର ଶିଳ୍ପ ଅଗ୍ରଗତି ଉପରେ ସମୀକ୍ଷା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ତିନୋଟି ଜିଲ୍ଲାରୁ ପ୍ରାୟ 100 ଜଣ ଉଦ୍ୟୋଗୀ ଯୋଗ ଦେଇଥିଲେ। ଉଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ଓ ଏହାକୁ ସୁରୁଖୁରୁରେ ଚଳାଇବା ପାଇଁ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ସେସବୁର ତୁରନ୍ତ ସମାଧାନ କରିବା ଦିଗରେ ଆଲୋଚନା ହୋଇଥିଲା। ନୂଆ ଉଦ୍ୟୋଗୀମାନଙ୍କୁ କିଭଳି ସମସ୍ତ ସୁବିଧା ଯୋଗାଇ ଦିଆଯିବ ସେନେଇ ପ୍ରତି ଜିଲ୍ଲାରେ ତାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ଅସିତ ତ୍ରିପାଠୀ।

ଏଣିକି ପ୍ରତି ଜିଲ୍ଲାରେ ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ଏଜେନ୍ସି ( district industry promotional agency) ସ୍ଥାପନ କରାଯିବ। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ। ଏହାଦ୍ବାରା ନୂତନ ଭାବେ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଉଦ୍ୟୋଗୀମାନଙ୍କୁ ଜମି, ପାଣି ଓ ବିଦ୍ୟୁତ ଯୋଗାଇବା ବ୍ୟବସ୍ଥା କରାଯାଇ ପାରିବ। ଏହାସହ ଉଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରାଯିବ।

ସେହିପରି ମତ୍ସ୍ୟଚାଷ ଓ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ କେମିତି ଅଧିକ ପ୍ରଗତିଶୀଳ କରାଯିବ ସେନେଇ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.