ETV Bharat / state

ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା

author img

By

Published : May 26, 2021, 4:39 AM IST

ବାତ୍ୟା ୟସ ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଅନେକ ପଦକ୍ଷେପ ନିଆଯିବା ପରେ ମଧ୍ୟ ଅବ୍ୟବସ୍ତାର ଅଭିଯୋଗ ଆଣି ଉତ୍ତେଜନା । ଅଧିକ ପଢନ୍ତୁ...

ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା
ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା

ବାଲେଶ୍ବର : ବାତ୍ୟା ‘ୟସ’ ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି। ବାତ୍ୟା ଦାଉରୁ ରକ୍ଷା ପାଇଁ ଲୋକମାନଙ୍କୁ ବିଭିନ୍ନ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ସେଠାରେ ବିଭିନ୍ନ ପ୍ରକାର ଅତ୍ୟାବଶକୀୟ ସାମଗ୍ରୀ ମହଜୁଦ ମଧ୍ୟ ରଖାଯାଇଛି । ମାତ୍ର ଏହାର ଚରମବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ଚମାରଗାଁ ପଞ୍ଚାୟତ ଭଣ୍ଡାରପଲ୍ଲୀ ଗାଁର ଅସ୍ଥାୟୀ ଆଶ୍ରୟସ୍ଥଳୀରେ। ବାତ୍ୟା ଆଶ୍ରୟସ୍ଥଳୀରେ ଉପଯୁକ୍ତ ବ୍ୟବସ୍ତା ନଥିବା ଅଭିଯୋଗ କରି ଉତ୍ତେଜନା ଦେଖିବାକୁ ମିଳିଛି ।

ଲୋକମାନେ ଘର ଛାଡ଼ି ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ ମଧ୍ୟ ସେଠାରେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିଲା। ଏମିତି କି ତାଲା ବନ୍ଦ ଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପ୍ରଶାସନର ଏମିତି ଅଵ୍ୟଵସ୍ଥାକୁ ନେଇ ଲୋକମାନେ ଉତ୍ତେଜିତ ହୋଇଥିଲେ। ଯାହା ଫଳରେ ବେଶ କିଛିସମୟ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବିଡ଼ିଓ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ । ବିଡିଓଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.