ETV Bharat / state

ଟେଷ୍ଟ ଏବଂ ଟିକା ପାଇଁ ମେଡିକାଲରେ ଲମ୍ବା ଲାଇନ

ମେଡିକାଲରେ ଟିକା ଓ କୋଭିଡ ଟେଷ୍ଟ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗୁଛି । ଏହି ଲାଇନ ଓ ଭିଡ଼କୁ ଦେଖି ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । । ଅଧିକ ପଢନ୍ତୁ...

ଟେଷ୍ଟ ଏବଂ ଟିକା ପାଇଁ ମେଡିକାଲରେ ଲମ୍ବା ଲାଇନ
ଟେଷ୍ଟ ଏବଂ ଟିକା ପାଇଁ ମେଡିକାଲରେ ଲମ୍ବା ଲାଇନ
author img

By

Published : May 5, 2021, 3:39 PM IST

ବାଲେଶ୍ବର : କରୋନାର ଦ୍ଵିତୀୟ ଲହର ଓ ଥାର୍ଡ ମିୟୁଟାଣ୍ଟ ଏବେ ଚିନ୍ତା ବଢ଼ାଇଛି । ଏହାରି ଭିତରେ ଲୋକଙ୍କୁ ସଚେତନ କରାଇବା ସହ 14 ଦିନ ସାରା ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଟେଷ୍ଟ ଏବଂ ଟିକା ପାଇଁ ମେଡିକାଲରେ ଲମ୍ବା ଲାଇନ

ଲକଡାଉନର ଦିନକ ପୂର୍ବରୁ ବଜାରରେ ଖଚାଖଚ ଭିଡ଼ ହିଁ ବୟାନ କରୁଥିଲା ଯେ, ସାମାଜିକ ଦୂରତାର କୌଣସି ନିୟମ ପାଳନ ହେଉ ନଥିଲା । ପରେ ପୋଲିସ ପ୍ରଶାସନ ପକ୍ଷରୁ ଏ ସବୁ ଦିଗରେ ଦୃଷ୍ଟି ଦିଆଯାଇଥିଲା । ଏହାରି ଭିତରେ ମେଡିକାଲରେ ମଧ୍ୟ ଭିଡ଼ ପରିଲିକ୍ଷିତ ହେଉଛି । ମେଡିକାଲରେ ଟିକା ଓ କୋଭିଡ ଟେଷ୍ଟ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗୁଛି । ଏହି ଲାଇନ ଓ ଭିଡ଼ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । କୋଭିଡ ଟେଷ୍ଟ କିମ୍ବା ଟିକା ନେବାକୁ ଆସୁଥିବା ଲୋକଙ୍କ ମଧ୍ୟରେ ସଚେତନତା ଓ ସାମାଜିକ ଦୂରତାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.