ETV Bharat / state

ଚିତ୍ରକଳାରେ ବର୍ଷାଋତୁର ଅନନ୍ୟ ଦୃଶ୍ୟ - ମେଘ ମହ୍ଲାର ଚିତ୍ର ପ୍ରଦର୍ଶନୀ

ବାଲେଶ୍ଵର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ 'ମେଘ ମହ୍ଲାର' ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ 'ମେଘ ମହ୍ଲାର' ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶାର ୪୫ ଜଣ ଯୁବ ଓ ବରିଷ୍ଠ ଶିଳ୍ପୀଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳା ସ୍ଥାନ ପାଇଛି । ଅଧିକ ପଢନ୍ତୁ

ମେଘ ମହ୍ଲାର ଚିତ୍ର ପ୍ରଦର୍ଶନୀ ଉଦଘାଟିତ, ଯୋଗ ଦେଲେ ବହୁ ଚିତ୍ର ଶିଳ୍ପୀ

author img

By

Published : Jul 16, 2022, 3:39 PM IST

ବାଲେଶ୍ବର: ବାଲେଶ୍ଵର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ 'ମେଘ ମହ୍ଲାର' ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ 'ମେଘ ମହ୍ଲାର' ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଏହି ଚିତ୍ରକଳା ପ୍ରଦର୍ଶନୀରେ ବର୍ଷାଋତୁକୁ ନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ଚିତ୍ରର ପ୍ରଶଂସା କରିଥିଲେ ଜିଲ୍ଲାପାଳ।

ମେଘ ମହ୍ଲାର ଚିତ୍ର ପ୍ରଦର୍ଶନୀ ଉଦଘାଟିତ, ଯୋଗ ଦେଲେ ବହୁ ଚିତ୍ର ଶିଳ୍ପୀ
ମେଘ ମହ୍ଲାର ଚିତ୍ର ପ୍ରଦର୍ଶନୀ ଉଦଘାଟିତ, ଯୋଗ ଦେଲେ ବହୁ ଚିତ୍ର ଶିଳ୍ପୀ

ଏହି ପ୍ରଦର୍ଶନୀରେ ଓଡ଼ିଶାର ୪୫ ଜଣ ଯୁବ ଓ ବରିଷ୍ଠ ଶିଳ୍ପୀଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳା ସ୍ଥାନ ପାଇଛି । ଚିତ୍ରଗୁଡିକ ବର୍ଷା ଋତୁର ସୁଦୃଶ୍ୟ ଘଟଣାବଳୀ, ପର୍ବପର୍ବାଣୀ, ଗ୍ରାମ୍ୟ ଜୀବନ, ବର୍ଷାଋତୁରେ ସମୁଦ୍ର ବେଳାଭୂମିର ଦୃଶ୍ୟ, ବର୍ଷାକୁ ଦେଖି ମୟୂରର ନୃତ୍ୟ, ପଦ୍ମପୋଖରୀରେ ନାୟିକା, କାଶତଣ୍ଡି ଫୁଲର ଚିତ୍ର, ସାରୁଗଛ ମୂଳରେ ବେଙ୍ଗ ବେଙ୍ଗୁଲୀ, ହଂସ ହଂସରାଳୀ, ପକ୍ଷୀ ସାବକର ସ୍ନାନ ଓ ନଦୀର କୂଳ ଲଙ୍ଘିବାର ଦୃଶ୍ୟକୁ ଶିଳ୍ପୀମାନେ ନିଜ ତୁଳୀରେ ଜୀବନ୍ୟାସ ଦେଇଥିଲେ । ପ୍ରଦର୍ଶନୀ ଅବସରରେ ବାଲେଶ୍ଵର ଜିଲ୍ଲା ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ତଥା ସଂସ୍କୃତି ଅଧିକାରୀ ଗଗନ ବିହାରୀ, ଚିତ୍ରଶିଳ୍ପୀ ଅରୁଣ ଜେନା, କେଷୁ ଦାସ, ନିକୁଞ୍ଜ ବିହାରୀ ଦାସ, ନିତ୍ୟାନନ୍ଦ ସାହୁ ପ୍ରମୁଖ ବହୁ ବରିଷ୍ଠ ଓ ଯୁବ ଶିଳ୍ପୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.