ବାଲେଶ୍ବର: ଆଜି ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସବୁଠି ଭକ୍ତିମୟ ପରିବେଶ । ନନ୍ଦଲାଲାଙ୍କ ଜନ୍ମଉତ୍ସବଙ୍କୁ ଖୁବ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ବାଲେଶ୍ବର ରେମୁଣା କ୍ଷୀରଚୋରା ମନ୍ଦିରରେ ମଧ୍ୟ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି ।
କ୍ଷୀରଚୋରା ମନ୍ଦିରରେ ଦୁଇଦିନ ଧରି ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବାବେଳେ ରବିବାର ନନ୍ଦୋତ୍ସଵ ପାଳିତ ହେବ । ଧରାପୃଷ୍ଠରେ ବାଲ ଗୋପାଲଙ୍କୁ ସ୍ବାଗତ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ କିଭଳି ଉତ୍କଣ୍ଠା ଉତ୍ସାହ ରହିଛି । କିଭଳି ବ୍ୟବସ୍ଥା ହୋଇଛି । ସେନେଇ ଭକ୍ତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ ।