ବାଲେଶ୍ବର: ଜିଲ୍ଲାର ଗାଁରୁ ସହର ଯାଏଁ ସବୁଠି ଶୁଭିଲା ଘଣ୍ଟା ଓ ତାଳିର ଶବ୍ଦ । କୋରୋନା ବିପକ୍ଷରେ ଜରୁରୀକାଳୀନ ସମୟରେ ସମାଜ ପାଇଁ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଘଣ୍ଟା, କରତାଳି ବଜାଇ ଧନ୍ୟବାଦ ଜଣାଇବା ସହ ସମ୍ମାନ ପ୍ରଦର୍ଶନ କରିଥିଲେ ସମୂହ ଜନତା । ରବିବାର ଜନତା କର୍ଫ୍ୟୁରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନୀଳଗିରିର ନିଜ ବାସଭବନରେ ଦିନ ତମାମ ରହିବା ସହ ଅପରାହ୍ନ ୫ଟାରେ ନିଜ ପଡ଼ୋଶୀଙ୍କ ସହ ମିଶି ଘଣ୍ଟା ବଜାଇ ଧନ୍ୟବାଦ ଅର୍ପଣ କରିଛନ୍ତି ।
ସେହିପରି ଗ୍ରାମାଞ୍ଚଳର କୁନିକୁନି ପିଲାମାନେ ମଧ୍ୟ ଘଣ୍ଟା ବଜାଉଥିବା ଦେଖିବାକୁ ମିଳିଥିଲା । ଆଶାଦିଦିମାନେ ଗ୍ରାମବାସୀଙ୍କୁ ଏକତ୍ରିତ କରି ଗାଁ ମଝିରେ ଘଣ୍ଟା, ଶଙ୍ଖ, ତାଳି ବଜାଇ କାର୍ଯ୍ୟରତ ସାମ୍ବାଦିକ, ପୋଲିସ, ସ୍ବାସ୍ଥ୍ୟକର୍ମଚାରି, ନର୍ସ ସଫେଇ କର୍ମଚାରୀ, ରେଳ କର୍ମଚାରୀ ଓ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ