ETV Bharat / state

ବଗି ଛାଡି ପଳାଇଲା ହାୱଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ

ପୁରୀ ଆସୁଥିବା ବେଳେ ହାୱଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରୁ ଅଲଗା ହେଲା ବଗି । ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଅଧିକ ପଢନ୍ତୁ

ହାୱଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରୁ ଅଲଗା ହେଲା ବଗି

author img

By

Published : May 21, 2023, 11:13 AM IST

Updated : May 21, 2023, 2:31 PM IST

ବଗି ଛାଡି ପଳାଇଲା ହାୱଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ

ବାଲେଶ୍ବର: ଚଳନ୍ତା ଟ୍ରେନରୁ ଅଲଗା ହେଲା ବଗି । ଗତକାଲି ବିଳମ୍ବିତ ରାତିରେ ପୁରୀ ଆସୁଥିବା ବେଳେ ହାୱଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରୁ ବଗି ଅଲଗା ହୋଇଯାଇଛି । ଓଡ଼ିଶା ସୀମା ପଶ୍ଚିମବଙ୍ଗ ନେକୁରସେନି ଷ୍ଟେସନ ନିକଟରେ ଏହି ଅଘଟଣ ଘଟଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଚଳନ୍ତା ଟ୍ରେନର କପ୍ ଲିଂଗ କାଟି ଏହାର ଇଞ୍ଜିନ ୩ଟି ବଗି ଧରି ଆଗକୁ ପଳାଇଥିଲା । ଇଞ୍ଜିନ ଅଲଗା ହୋଇ ପ୍ରାୟ ୫୦୦ ମିଟର ଚାଲି ଯାଇଥିଲା । ଏହି ଅଘଟଣରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ବେଳେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଗୋଟିଏ ବଡ ଅଘଟଣ ଟଳି ଯାଇଛି ।

ସୂଚନା ମୁତାବକ, ଗତକାଲି ଟ୍ରେନଟି ପୁରୀ ଅଭିମୁଖେ ଆସୁଥିବା ସମୟରେ ପଶ୍ଚିମବଙ୍ଗର ନେକୁରସେନି ଠାରେ ଏହାର କିଛି ବଗି ଅଲଗା ହୋଇଯାଇଥିଲା । ଇଞ୍ଜିନ ଆଗକୁ ଚାଲି ଯାଇଥିବା ବେଳେ ପଛରେ ୧୫ଟି ବଗି ରହି ଯାଇଥିଲା । ଏହାଦେଖି ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । ଟ୍ରେନ ଖଡଗପୁର ଛାଡ଼ିବା ପରେ ରାତି ପ୍ରାୟ ୧ଟାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଯାତ୍ରୀମାନେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ବେଳେ ଅପ୍ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟେକ୍ନିକାଲ ଟିମ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ ଇଞ୍ଜିନ ସହ ବଗି ଯୋଡିଛନ୍ତି ।

ଏହି କାରଣରୁ ଅନେକ ଟ୍ରେନ ବିଳମ୍ବରେ ଚଳାଚଳ କରିଛି । ଦୀର୍ଘ ୭ ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ସୂଚନା ମିଳିଛି । ଏମିତି ତ୍ରୁଟିର କାରଣ ନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଏହାମଧ୍ୟ ପଢନ୍ତୁ: VIRAL VIDEO: ଧକ୍କା ଦେବା ପରେ ଚଳନ୍ତା ବାଇକକୁ ଘୋଷାଡ଼ି ନେଲା ବସ୍‌, ଯୁବକ ମୃତ

ପ୍ରକାଶଥାଉ କି, କିଛି ଦିନ ତଳେ ମଧ୍ୟପ୍ରଦେଶର ଶାହଡୋଲ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଥିଲା । ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ଜଣେ ଲୋକ ପାଇଲଟର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ କିଛି ପାଇଲଟ ଗୁରୁତର ଆହତ ହୋଇଥିଲେ । ଷ୍ଟେସନରେ ଗୋଟିଏ ମାଲବାହୀ ଟ୍ରେନ ଛିଡା ହୋଇଥିବା ବେଳେ ଅନ୍ୟ ଏକ ମାଲବାହୀ ଟ୍ରେନ ଆସି ଧକ୍କା ଦେଇଥିଲା ।

ଏହାମଧ୍ୟ ପଢନ୍ତୁ: International Tea Day: ଜାଣିଛନ୍ତି କି ପ୍ରଥମେ କିଏ ଚାଖିଥିଲେ ଚା’ ସ୍ବାଦ, ଦିବସ ପାଳିବାର ଉଦ୍ଦେଶ୍ୟ କଣ

ଇଟିଭି ଭାରତ, ବାଲେଶ୍ବର

Last Updated : May 21, 2023, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.