ETV Bharat / state

ସରକାରୀ ଗାଡିର ବ୍ୟକ୍ତିଗତ ବ୍ୟବହାର ! ପରିବାର ନେଇ ବୁଲୁଛନ୍ତି ବାବୁ, ଭିଡିଓ ଭାଇରାଲ

author img

By

Published : Sep 19, 2022, 10:30 PM IST

ବାଲେଶ୍ବର ସିମୁଳିଆ ଅତିରିକ୍ତ ତହସିଲଦାର, ତହସିଲ ଗାଡ଼ିରେ ତାଙ୍କ ପରିବାର ନେଇ ମନ୍ଦିର ଯିବା ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଅଧିକ ପଢ଼ନ୍ତୁ

ସରକାରୀ ଗାଡ଼ିର ବ୍ୟକ୍ତିଗତ ବ୍ୟବହାର: ପରିବାର ନେଇ ବୁଲୁଛନ୍ତି ସରକାରୀ ବାବୁ, ଭିଡିଓ ଭାଇରାଲ

ବାଲେଶ୍ବର: ସରକାରୀ ଗାଡ଼ିକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ସରକାରୀ ବାବୁ ! ବାଲେଶ୍ବର ଜିଲ୍ଲା ସିମୁଳିଆ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ତହସିଲ ଗାଡ଼ିରେ ତାଙ୍କ ପରିବାର ନେଇ ମନ୍ଦିର ଯିବା ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସିମୁଳିଆ ତହସିଲରେ ଅତିରିକ୍ତ ତହସିଲଦାର ଭାବରେ କାର୍ଯ୍ୟରତ ଅଛନ୍ତି ଭୀମକାନ୍ତ ମାଝୀ । ତେବେ ଭୀମକାନ୍ତଙ୍କୁ ମିଳିଥିବା ତହସିଲ ଗାଡ଼ିରେ ସେ ତାଙ୍କ ପରିବାରକୁ ନେଇ କୌଣସି ମନ୍ଦିରକୁ ଯାଇଥିଲେ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ତେବେ ସରକାରୀ ଗାଡି କେବଳ ସରକାରୀ କାର୍ଯ୍ୟରେ ନିୟୋଜିତ ହେବା କଥା, କିନ୍ତୁ ସରକାରୀ ବାବୁ ଏହାର ବ୍ୟବହାର ବ୍ୟକ୍ତିଗତ ଭାବେ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ସାଧାରଣରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । ଏହା ସହିତ ସିମୁଳିଆର ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ତେବେ ଏନେଇ ସମ୍ପୃକ୍ତ ଅଧିକାରୀ ଭୀମକାନ୍ତଙ୍କ ମତାମତ ମିଳିପାରିନାହିଁ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.