ବାଲେଶ୍ୱର: ରାସ୍ତା ଉପରେ ଚାଲିଛି ବାହାଘର ପ୍ରୋସେସନ । ଲୋକମାନେ ନାଚରେ ଏତେ ମସଗୁଲ ପଛପଟେ ଆମ୍ବୁଲାନ୍ସ ସାଇରନ ମଧ୍ୟ କାହାକୁ ଶୁଭୁନି । ରାସ୍ତାରେ ପ୍ରୋସେସନ ଚାଲୁଥିବାରୁ ରାସ୍ତା ମଧ୍ୟ ଜାମ ହୋଇଛି । ଆମ୍ବୁଲାନ୍ସ ପାଇଁ ସତେ ଯେମିତି ବାହାଘରର ଡିଜେ ଗାଡି ବାଟ ଓଗାଳୁଛି ।
ଏ ଦୃଶ୍ୟ ହେଉଛି ବାଲେଶ୍ଵର ସହର ଜେଲରୋଡ଼ର । ଯେଉଁ ରାସ୍ତା ଦେଇ ପ୍ରତିଦିନ ଅନେକ ଆମ୍ବୁଲାନ୍ସ ରୋଗୀ ନେଇ ମେଡିକାଲ ଯିବାଆସିବା କରିଥାଏ । ସେହି ରାସ୍ତାରେ 21 ତାରିଖ ରାତିରେ ଏକ ବାହାଘର ପ୍ରୋସେସନ ପାଇଁ ଆମ୍ବୁଲାନ୍ସ ଯିବାରେ ଉପୁଜିଥିଲା ବାଧା । କରୋନା କଟକଣା କୋହଳ ହେବାପରେ ବାହାଘର ପ୍ରୋସେସନ ପାଇଁ ଅନୁମତି ମିଳିଛି ହେଲେ ରାସ୍ତା ଜାମ କରି ପ୍ରୋସେସନ କରାଯାଉଥିବା ଘଟଣା ପୋଲିସ ପ୍ରଶାସନ ଆଖିରେ ନପଡିବା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ।
ବେଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ