ବାଲେଶ୍ଵର: ଜିଲ୍ଲାରେ ଥିବା ଶିଶୁଭବନ ମେଡିକାଲରେ ଅଗ୍ନିକାଣ୍ଡ । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରାତିରେ ଶିଶୁଭବନର ଉପର ମହଲାରେ ଥିବା ରୋଷେଇ ଶାଳରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।
ନିଆଁର ପ୍ରକୋପ ମାତ୍ରାଧିକ ଥିବାରୁ ତୁରନ୍ତ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ନିଆଁ ଲିଭାଇବା ପାଇଁ 3ଟି ଦମକଳ ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡରେ ଆସବାଵପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ