ETV Bharat / state

ବାପାଙ୍କ ମୃତ୍ୟୁ ପରେ ପ୍ରେମିକକୁ ବିବାହ କରି ଚାଲିଗଲା ମା’, ବେସାହାରା ୫ କୁନି ଜୀବନ - ବାଲେଶ୍ବର ଜିଲ୍ଲା ଖବର

ସ୍ବାମୀଙ୍କ ମୃତ୍ୟୁ ପରେ 5 ପିଲାଙ୍କୁ ଛାଡି ପ୍ରେମିକକୁ ବିବାହ କରି ଚାଲିଗଲେ ମହିଳା । ୫ ପିଲା ବେସାହାରା । ନାହିଁ ଘର । ପଲଥିନ ତଳେ ଓ ଶୌଚାଳୟରେ କଟୁଛି ଜୀବନ । ଓଳିଏ ଖାଇଲେ ଓଳିଏ ଉପାସ । ଅଧିକ ପଢନ୍ତୁ

ବାପାଙ୍କ ମୃତ୍ୟୁ ପରେ ପ୍ରେମିକ ସହ ମା’ ଫେରାର, ୫ ପିଲା ବେସାହାରା

author img

By

Published : Aug 9, 2023, 4:36 PM IST

ବାପାଙ୍କ ମୃତ୍ୟୁ ପରେ ପ୍ରେମିକକୁ ବିବାହ କରି ଚାଲିଗଲା ମା’, ୫ ପିଲା ବେସାହାରା

ବାଲେଶ୍ବର: ବିଧାତାର ଖେଳ ସତରେ ବିଚିତ୍ର । ଯେଉଁ ବୟସରେ ବାପା ମା’ କୋଳରେ ପିଲାମାନେ ହସଖୁସିରେ ଦିନ ବିତାଇବା କଥା ଆଜି ସେମାନଙ୍କୁ କେତେବେଳେ ପଲିଥିନ ତଳେ ତ କେତେବେଳେ ପୁଣି ଶୌଚାଳାୟରେ ଜୀବନ ବିତାଇବାକୁ ପଡୁଛି । ଏମିତିକି ଦୁଇଓଳି ଖାଇବାକୁ ମଧ୍ୟ ମିଳିବା କଷ୍ଟକର ହୋଇ ପଡୁଛି । ବାପାଙ୍କ ମୃତ୍ୟୁ ପରେ 5 ଛୁଆଙ୍କୁ ଛାଡି ମା’ ଅନ୍ୟଜଣେ ଯୁବକଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରି ଚାଲିଗଲା । ୫ଜଣ ପିଲାଙ୍କୁ ନିଜ ଭାଗ୍ୟ ସହ ଲଢ଼ି ବଞ୍ଚିବାକୁ ପଡୁଛି । ପରଘରେ ମୂଲ ଲାଗି ବଡ଼ ଭଉଣୀ ଯାହା କିଛି ପାଉଛି ସେଇଥିରେ ସାନ ଭାଇ ଭଉଣୀଙ୍କ ମୁହଁରେ ଦାନା ଦେଉଛି । ଏମିତି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଧିନ ଥେଙ୍ଗଡିହା ଗ୍ରାମରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗ୍ରାମର ବାବୁଲା ହେମ୍ରମ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ଯ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ହଠାତ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୁଇବର୍ଷ ପୂର୍ବରୁ ବାବୁଲାଙ୍କ ମୃତ୍ଯୁ ହୋଇଥିଲା । ବାବୁଲାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗୀତା ଅନ୍ଯ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିବା ସହ ଘର ଛାଡି ଅନ୍ଯତ୍ର ଚାଲିଗିଲେ । ମୋଟ 6 ଜଣ ପିଲାଙ୍କ ମଧ୍ୟରୁ ମହିଳା ନିଜ ସହ ଜଣେ ପିଲାକୁ ନେଇ ଯାଇଥିବା ବେଳେ ଅଭିଶପ୍ତ ଜୀବନ ବିତାଉଛନ୍ତି ଅନ୍ଯ 5ଜଣ ଭାଇ ଭଉଣୀ ।

ଏହା ମଧ୍ୟ ପଢନ୍ତୁ :-5 ଜଣଙ୍କୁ ବାନ୍ଧିଲା ବନ ବିଭାଗ: ଛାମୁଣ୍ଡିଆରୁ 3, କୁଶଙ୍ଗରୁ ଶିକାରୀ ବାପଝିଅ ଗିରଫ

ବଡ଼ ଭଉଣୀ ପର ଘରେ ମୂଲ ଲାଗି ଯାହା କିଛି ରୋଜଗାର କରେ ସେଥିରେ ପାଞ୍ଚ ପ୍ରାଣୀ ବହୁକଷ୍ଟରେ ଚଳୁଛନ୍ତି । ଓଳିଏ ଖାଇଲେ ଓଳିଏ ଉପାସ ରହି ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ଭିତରେ ଜୀବନ କାଟୁଛନ୍ତି ଏହି ଭାଇ ଭଉଣୀମାନେ । ଖାଲି ସେତିକି ନୁହେଁ ରହିବାକୁ ଘର ଖଣ୍ଡିଏ ନଥିବାରୁ ଛିଣ୍ତା ପଲିଥିନ୍ ଏବଂ କପଡ଼ା ଘେରା ଏକ କୁଡ଼ିଆ ଘରେ ଅତ୍ଯନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଏହି ଭାଇ ଭଉଣୀ । ସରକାରଙ୍କ ତରଫରୁ ସ୍ବଚ୍ଛ୍ବ ଭାରତ ଯୋଜନାରେ ମିଳିଥିବା ଶୌଚାଳୟରେ ଆଶ୍ରୟ ନେଉଛନ୍ତି ଏମାନେ ।

ଯେଉଁଠି ପେଟକୁ ଦିମୁଠା ଦାନା ଯୋଗାଡ଼ କରିବା ପାଇଁ ଏମାନଙ୍କୁ ସଙ୍ଘର୍ଷ କରିବାକୁ ପଡୁଛି ସେଠି ପାଠପଢ଼ା କଥା ବା କି’ଏ ପଚାରେ । ବାପାଙ୍କ ମୃତ୍ଯୁ ପରେ ପିଲାମାନଙ୍କର ପାଠ ପଢ଼ାରେ ଡୋରି ବନ୍ଧା ହୋଇଯାଇଛି । ବଡ଼ ଭଉଣୀ କାମରୁ ଫେରି ଛୋଟ ଭାଇଭଉଣୀଙ୍କୁ ପାଠ ପଢାଇବା ସହ ସେମାନଙ୍କର ଯତ୍ନ ନେଇଥାଏ । ଭାତ ସାଙ୍ଗକୁ କେବେ କେମିତି ଆଳୁ କି ଶାଗ ଟିକିଏ ମିଳିଗଲେ ଏମାନଙ୍କ ପାଇଁ ବହୁତ ବଡ଼ କଥା । ଏଭଳି କ୍ଷେତ୍ରରେ ଏହି ଅସହାୟ 5 ଜଣ ନାବାଳକ ଭାଇ ଭଉଣୀ ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.