ETV Bharat / state

ନୀଳଗିରି ସାମ୍ବାଦିକଙ୍କୁ ବେଡ଼ି ପକାଇବା ଘଡଣାକୁ ନିନ୍ଦା କଲା ଏଡିଟର୍‌ସ୍ ଗିଲ୍ଡ ଅଫ ଇଣ୍ଡିଆ - ବାଲେଶ୍ବରରେ ଚେନ୍‌ରେ ସାମ୍ବାଦିକଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ବର ଜିଲ୍ଲା ନୀଳଗିରିରେ ସାମ୍ବାଦିଙ୍କ ପ୍ରତି ଅମାନବୀୟ ବ୍ୟବହାରକୁ ଏଡିଟର୍‌ସ୍ ଗିଲ୍ଡ ଅଫ୍‌ ଇଣ୍ଡିଆ(Editors Guild of India) ପକ୍ଷରୁ ନିନ୍ଦା କରାଯାଇଛି । ଅଧିକ ପଢ଼ନ୍ତୁ

ନୀଳଗିରି ସାମ୍ବାଦିକଙ୍କୁ ବେଡ଼ି ପକାଇବା ଘଡଣା: ନିନ୍ଦା କଲା ଏଡିଟର୍‌ସ୍ ଗିଲ୍ଡ ଅଫ୍‌ ଇଣ୍ଡିଆ

author img

By

Published : Apr 8, 2022, 3:18 PM IST

ନୂଆଦିଲ୍ଲୀ: ବାଲେଶ୍ବର ଜିଲ୍ଲା ନୀଳଗିରିରେ ସାମ୍ବାଦିଙ୍କ ପ୍ରତି ଅମାନବୀୟ ବ୍ୟବହାରକୁ ଏଡିଟର୍‌ସ୍ ଗିଲ୍ଡ ଅଫ୍‌ ଇଣ୍ଡିଆ(Editors Guild of India) ପକ୍ଷରୁ ନିନ୍ଦା କରାଯାଇଛି । ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଗିରଫ କରି ତାଙ୍କ ଚିକିତ୍ସା ବେଳେ ଗୋଡ଼ରେ ବେଡ଼ି ପକାଇଥିଲା ନୀଳଗିରି ପୋଲିସ । ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବର୍ତ୍ତମାନ ଏଡିଟର୍‌ସ୍ ଗିଲ୍ଡ ଅଫ୍‌ ଇଣ୍ଡିଆ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ମନ୍ତ୍ରାଳୟକୁ ନିବେଦନ କରିଛି ।

  • Editors Guild of India is shocked by the manner in which police arrested, stripped, and humiliated a local journalist in Sidhi, MP, as well as chained another journalist in Balasore, Odisha. Urges Home ministry to act immediately and take strict actions. pic.twitter.com/wSMjCesLR6

    — Editors Guild of India (@IndEditorsGuild) April 8, 2022 " class="align-text-top noRightClick twitterSection" data=" ">

ଏଡିଟର୍‌ସ୍ ଗିଲ୍ଡ ଅଫ୍‌ ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, "ଏପ୍ରିଲ ୭ ତାରିଖରେ ବାଲେଶ୍ବର ଜିଲ୍ଲରେ ଏକ ହସ୍ପିଟାଲରେ ଜଣେ ସାମ୍ବାଦିକଙ୍କୁ ଗୋଡ଼ରେ ବେଡ଼ି ପକାଯାଇଥିବା ଦେଖିବାକୁ ମିଳିଛି । ପୋଲିସ ପ୍ରତି ଦୁର୍ବବ୍ୟହାର ମାମଲାରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ପୋଲିସ ଗିରଫ କରିଥଲା ପୋଲିସ। ପୋଲିସର ନୀତି ଓ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିକୁ ନେଇ ଖବର ସଂଗ୍ରହ କରି ଆସୁଥିଲେ ଲୋକନାଥ । ଏଥିରେ ପ୍ରତିହିଂସା ପରାୟଣ ହୋଇ ପୋଲିସ ତାଙ୍କ ପ୍ରତି ଅମାନବୀୟ ବ୍ୟବହାର କରିଥିବା ମନେ ହେଉଛି । ଏ ଦିଗକୁ ଗୁରୁତର ସହ ନେଇ ଗୃହ ମନ୍ତ୍ରାଳୟ କଡ଼ା ପଦକ୍ଷେପ ନେବା ଆବଶ୍ୟକ ।"

ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନିଳଗିରୀ ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝାସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଠାତ ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।

ବୁଧବାର ବିଳମ୍ବିତ ରାତିରେ ସାମ୍ବାଦିକଙ୍କ ସାସ୍ଥ୍ୟବସ୍ଥା ଗମ୍ଭୀର ଭାବେ ଖରାପ ହୋଇଯାଇଥିଲା । ତାଙ୍କୁ ବାଲେଶ୍ବର ଜିଲ୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ତାଙ୍କ ଗୋଡ଼ରେ ବେଡି଼ ପକାଇ ରଖିବା ଘଟଣା ପୋଲିସର ଆକ୍ରୋଶକୁ ସ୍ପଷ୍ଟ କରୁଥିଲା । ଏହି ମାମଲାରେ ଜଣେ ହାବିଲଦାର ନିଲମ୍ବିତ ହୋଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.