ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସାହୁଖର୍ଦ୍ଦା ଗାଁରେ ନକଲି ମଦ କାରଖାନା ଠାବ ହୋଇଛି । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କାରଖାନା ଉପରେ ଚଢାଉ କରି 130 ବୋତଲ ବିଦେଶୀ ମଦ, 50 ଲିଟର ସ୍ପିରିଟ, 500 ଠିପି, 1 ଲିଟର କାରାମେଲ ଜବତ କରିବା ସହ 2 ଜଣକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ସୁରେଶ କୁମାର ମହାନ୍ତି ଓ ତାଙ୍କ ଭଣଜା ଅଜିତ କୁମାର ମହାନ୍ତି ବୋଲି ଜଣାପଡିଛି। ତେବେ ଜିଲ୍ଲା ଅବକାରୀ ବିଭାଗର ନକଲି ମଦ କାରଖାନା ଉପରେ କେମିତି ଦୃଷ୍ଟି ପଡୁନି ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ