ETV Bharat / state

ମମତାର ଅନନ୍ୟ ନିଦର୍ଶନ, ଦେଖନ୍ତୁ ଭିଡିଓ

ବାଲେଶ୍ବର ସହର ନେଲିଆବାଗ ଅଞ୍ଚଳରେ ଦେଖିବାକୁ ମିଳିଥିଲା କିଛି ନିଆରା ଦୃଶ୍ୟ । ଏକ ଛୋଟ ବିଲେଇକୁ ଅତି ସ୍ନେହରେ ନିଜ ବକ୍ଷଜର ଅମୃତ ପିଆଇଥିଲା କୁକୁର । ବିଲେଇ ଛୁଆଟି ବି କୁକୁରକୁ ନଡରି ବେଶ ଆନନ୍ଦରେ କ୍ଷୀର ପିଇ ଚାଲିଥିଲା ।

author img

By

Published : Aug 20, 2019, 12:00 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: କଥାରେ ଅଛି ମାଆର ଭଲପାଇବା ଆଉ ସ୍ନେହ ସାମ୍ନାରେ ସବୁ ଯେମିତି ତୁଚ୍ଛ । ମାଆ ତାର ଶିଶୁ ପାଇଁ ଅଜାଡି ଦିଏ ଅଜସ୍ର ଭଲପାଇବା । ମାର ବକ୍ଷଜରୁ ଝରି ପଡୁଥିବା ଅମୃତ ଦୁଇ ବୁନ୍ଦା ଖାଇବା ପାଇଁ ଶିଶୁଟି ଯେମିତି ହୋଇଯାଏ ପାଗଳ । ମାଆ କଣ ବୁଝେ ଯେ ଶିଶୁଟି ତା ନିଜର ନା ଆଉ କାହାର । ଟିକିଏ ସ୍ତନ୍ୟପାନ କରାଇ ମାଆକୁ ମିଳେ ଅମାପ ଶାନ୍ତି ଓ ଆନନ୍ଦ । ହେଲେ ଏହି ସ୍ବାର୍ଥପର ସମାଜରେ ଜଣେ ମଣିଷ ଆଉ ଜଣଙ୍କୁ ଆଡ଼ ଆଖିରେ ବି ଚାହେଁନି ସେତେବେଳେ ପଶୁମାନେ ସାଜିଛନ୍ତି ନିଃସ୍ବାର୍ଥପରର ଏକ ଜ୍ବଳନ୍ତ ଉଦାହରଣ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଶତ୍ରୁ ହେଲେ ବି ମାଆର ମମତା ଆଗରେ ସବୁକିଛି ହାରିଯାଏ । ସେମିତି ଏକ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ସହର ନେଲିଆବାଗ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏମିତି କିଛି ନିଆରା ଦୃଶ୍ୟ ।

ଯେଉଁ ବିଲେଇକୁ ଦେଖିଲେ କୁକୁର ଆକ୍ରମଣ କରିବାକୁ ଧାଇଁପଡେ ଏଠାରେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏକ ଛୋଟ ବିଲେଇକୁ ଅତି ସ୍ନେହରେ ନିଜ ବକ୍ଷଜର ଅମୃତ ପିଆଇଥିଲା କୁକୁର । ବିଲେଇ ଛୁଆଟି ବି କୁକୁରକୁ ନଡରି ବେଶ ଆନନ୍ଦରେ କ୍ଷୀର ପିଇ ଚାଲିଥିଲା । ଆଉ ମାଆ କୁକୁର ମଧ୍ୟ ବିଲେଇ ଛୁଆକୁ ସ୍ତନ୍ୟପାନ କରାଇ ସତେ ଯେମିତି ବିଲେଇ ପ୍ରେମରେ ଲୋଟି ହୋଇ ପଡୁଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ମାର ବାତ୍ସଲ୍ୟ ପ୍ରେମ ଆଗରେ ସବୁ ଯେମିତି ତୁଛ। ମା ତାର ଶିଶୁ ପାଇଁ ଅଜାଡି ଦିଏ ଅଜସ୍ର ଭଲପାଇବା। ମାର ବକ୍ଷଜରୁ ଝରି ପଡୁଥିବା ଅମୃତ ଦୁଇବୁନ୍ଦା ଖାଇବା ପାଇଁ ଶିଶୁଟି ଯେମିତି ହୋଇଯାଏ ପାଗଳ। ମା କଣ ବୁଝେ ଯେ ଶିଶୁଟି ତାର ନିଜର କି ଆଉ କାହାର। ଟିକିଏ ସ୍ତନ୍ୟପାନ କରାଇ ମାକୁ ମିଳେ ଅମାପ ଶାନ୍ତି ଓ ଆନନ୍ଦ।
ଯେବେ ସ୍ୱାର୍ଥପର ସମାଜରେ ଜଣେ ମଣିଷ ଆଉ ଜଣଙ୍କୁ ଆଡ଼ ଆଖିରେ ବି ଚାହେଁନି। ଆଉ ଯେତେବେଳେ ମଣିଷ ନିଘୋଡ଼ ନିଦରେ ଶାନ୍ତିର ନିଦରେ ଶୋଇଯାଏ। ସେତେବେଳେ ପଶୁଙ୍କ ପ୍ରେମ ଆଗରେ ହାର ମାନେ ଏ ମଣିଷର ସ୍ୱାର୍ଥପରତା। ଶତୃ ହେଲେ ବି ମାର ସ୍ତନ୍ୟପାନ ଆଗରେ ସବୁକିଛି ହାରିଯାଏ। ଯେମିତି ଏକ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହର ନେଲିଆବାଗ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ଯେଉଁ ବିଲେଇକୁ ଦେଖିଲେ କୁକୁର ମାରି ଗୋଡ଼ାଇଥାଏ, ତାକୁ ଅତି ସ୍ନେହରେ ପିଆଇଥିଲା ନିଜ ବକ୍ଷଜର ଅମୃତ। ବିଲେଇ ଛୁଆଟି ମଧ୍ୟ ବେଶ ଆନନ୍ଦରେ କ୍ଷୀର ପିଇ ଚାଲିଥିଲା। ଆଉ ମା କୁକୁର ମଧ୍ୟ ବିଲେଇ ଛୁଆକୁ ସ୍ତନ୍ୟପାନ କରାଇ ସତେଯେମିତି ବିଲେଇ ପ୍ରେମରେ ଲୋଟି ହୋଇ ପଡୁଥିବା ଦେଖିବାକୁ ମିଳିଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.