ETV Bharat / state

‘କୋରୋନାର ଲକ୍ଷଣ ଦେଖା ଦେଲେ ମନଇଚ୍ଛା ମେଡିସିନ ଖାଆନ୍ତୁନି’

author img

By

Published : May 7, 2021, 2:03 PM IST

ବାଲେଶ୍ଵର ଜିଲ୍ଲାର କୋଭିଡ ସ୍ଥିତି ଓ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ । ଅଧିକ ପଢନ୍ତୁ...

କୋରୋନାର ଲକ୍ଷଣ ଦେଖା ଦେଲେ ମନଇଚ୍ଛା ମେଡିସିନ ନଖାଇବାକୁ  ଜିଲ୍ଲାପାଳ ପରାମର୍ଶ

ବାଲେଶ୍ଵର: ଜିଲ୍ଲାର କୋଭିଡ ସ୍ଥିତି ଓ ମୁକାବିଲା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଲକଡାଉନ ଓ ସଟଡାଉନ ନିୟମକୁ ପାଳନ କରିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ଏବେବି କରୋନାର ଭୟାବହତା ନେଇ ସଚେତନତା ସୃଷ୍ଟି ହୋଇନାହିଁ ।

ଏଥିପାଇଁ ବ୍ୟାପକ ସଚେତନତା ଆବଶ୍ୟକ ରହିଛି । ସେହିପରି ପୌରପାଳିକା ପକ୍ଷରୁ ଆଶା ଓ ଅଙ୍ଗନବାଡି କର୍ମୀମାନେ ଅକ୍ସିମିଟର ନେଇ ଘରଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ମେଡିକାଲରେ କୋଭିଡ ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ଠାରୁ ଆରମ୍ଭ କରି 24 ଘଣ୍ଟିଆ ଡାକ୍ତରୀ ଟିମ ନିୟୋଜିତ ରହିଛନ୍ତି । ଯଦି କେହି ସାମାନ୍ୟ ରୋଗର ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାପାଇଁ କୁହାଯାଇଛି ।

ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମାନଙ୍କରେ ସାମାଜିକ ଦୁରତ୍ଵକୁ ପ୍ରାଧାନ୍ୟ ଦିଆଯାଉନଥିବା ନେଇ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ । ଲୋକମାନେ ବଜାରକୁ ସଉଦା ଆଣିବାବେଳେ ଅଯଥା ଗହଳି ନ କରିବାକୁ ଆହ୍ବାନ ଦିଆଯାଇଛି । ଆସନ୍ତା ଦୁଇ ମାସ ଗୁରୁତ୍ଵ ପୂର୍ଣ୍ଣ ହୋଇଥିବା ବେଳେ ଯେଉଁମାନଙ୍କ କୋରୋନାର ଲକ୍ଷଣ ରହିଛି ସେମାନେ ମନଇଚ୍ଛା ମେଡିସିନ ନ ଖାଇବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଟେଲି ମେଡ଼ିସିନର ସହାୟତା ନେଇ ପାରିବେ । ଏଥିପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ନମ୍ବର 06782/ 268830 କଲ କରି କୋରୋନା ସମ୍ପର୍କିତ ସହାୟତା ନେବାପାଇଁ ଜିଲ୍ଲାପାଳ କହିଛନ୍ତି ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.