ETV Bharat / state

ଚୋରା ଦେଶୀମଦ ଜବତ, 2 ଗିରଫ

author img

By

Published : Feb 12, 2020, 1:49 PM IST

ବାଲେଶ୍ବର ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀମଦ ଜବତ ସହ ଗୋଟିଏ ମାରୁତି କାର ଜବତ କରାଯାଇଛି । ମଦ କାରବାରରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ମୋବାଇଲ ୟୁନିଟ । ଅଧିକ ପଢନ୍ତୁ...

desi-liquire-seize-2-arrested-by-excise-department-balasoro
ଚୋରା ଦେଶୀମଦ ଜବତ ସହ ଦୁଇ ଗିରଫ

ବାଲେଶ୍ବର: ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀମଦ ଜବତ ସହ ଗୋଟିଏ ମାରୁତି କାର ଜବତ କରାଯାଇଛି । ମଦ କାରବାରରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ମୋବାଇଲ ୟୁନିଟ ।

ଚୋରା ଦେଶୀମଦ ଜବତ ସହ ଦୁଇ ଗିରଫ

ବାଲେଶ୍ଵର ସହରର ସୁନାହଟ ଅଞ୍ଚଳରେ ମୋବାଇଲ ୟୁନିଟ ଇନିସପେକ୍ଟର ଉଦେଲାଲ ନାୟକଙ୍କ ନେତୃତ୍ବରେ ପେଟ୍ରୋଲିଂ ଚାଲିଥିବା ବେଳେ ମଧୁଆ ମିଲ ଛକରେ ଏକ କାରକୁ ସନ୍ଦେହରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ କାରରୁ ବିପୁଳ ପରିମାଣର ଦେଶୀମଦ ଚାଲାଣ ହେଉଥିବା ଜଣାପଡିଥିଲା । 5 ଶହ ଲିଟରରୁ ଅଧିକ ପରିମାଣର ଚୋରା ଦେଶୀ ମଦ ଜବତ କରିବା ସହ ଏକ ମାରୁତି କାର ଜବତ କରିଛି ମୋବାଇଲ ୟୁନିଟ । ଏହା ସହ ମଦ ଚାଲାଣରେ ସମ୍ପୃକ୍ତ ରବୀନ୍ଦ୍ର ପ୍ରଧାନ ଓ ଲକ୍ଷ୍ମୀଧର ସେଠୀଙ୍କୁ ଗିରଫ କରାଯାଇଛି ।

ପୁରୁଣା ବାଲେଶ୍ଵର ଅଞ୍ଚଳରୁ ମଦ ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପୁରୁଣା ବାଲେଶ୍ଵର ରନ୍ଧା ମଦର ପେଣ୍ଠସ୍ଥଳୀ ହୋଇଥିବା ବେଳେ ଖୁବ ଶୀଘ୍ର ସଂପୃକ୍ତ ବେପାରୀଙ୍କୁ ଗିରଫ କରାଯିବ ବୋଲି ଇନିସପେକ୍ଟର ଶ୍ରୀ ନାୟକ କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.