ETV Bharat / state

ବାଲେଶ୍ଵରରେ ଶତକ ପାର ପଜିଟିଭ ସଂଖ୍ୟା, ରହିଛି ପଶ୍ଚିମବଙ୍ଗ-ସୁରଟ ଲିଙ୍କ୍‌ - corona positive in Baleswer is 102

12 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 7ଜଣ ପଶ୍ଚିମବଙ୍ଗ ଫେରନ୍ତା, 2ଜଣ ସୁରଟ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା, ଜଣେ ଦିଲ୍ଲୀ ଫେରନ୍ତା ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

corona-positive-in-baleswer-is-102
ବାଲେଶ୍ଵରରେ ଶତକ ପାର ପଜିଟିଭ ସଂଖ୍ୟା, ରହିଛି ପଶ୍ଚିମବଙ୍ଗ-ସୁରଟ ଲିଙ୍କ୍‌
author img

By

Published : May 15, 2020, 11:44 AM IST

ବାଲେଶ୍ଵର: ଆଜି ଜିଲ୍ଲାରେ ପୁଣି 12 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 102ରେ ପହଞ୍ଚିଛି । ଆକ୍ରାନ୍ତମାନେ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣାପଡିଛି ।

corona-positive-in-baleswer-is-102
ବାଲେଶ୍ଵରରେ ଶତକ ପାର ପଜିଟିଭ ସଂଖ୍ୟା, ରହିଛି ପଶ୍ଚିମବଙ୍ଗ-ସୁରଟ ଲିଙ୍କ୍‌

ବେସରକାରୀ ସୂତ୍ରରୁ ଯାହା ଜଣାପଡିଛି, ସିମୁଳିଆ ଅଞ୍ଚଳରେ 3 ଜଣ, ବାଲିଆପାଳରେ 4 ଜଣ, ବାହାନଗା ଅଞ୍ଚଳରେ 3 ଜଣ, ବାଲେଶ୍ଵର ବାରବାଟୀ ଅଞ୍ଚଳରେ ଜଣେ ଓ ନିଳିଆବାଗ ଅଞ୍ଚଳର ଜଣେ ରହିଛନ୍ତି । ସେହିପରି 12 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 7ଜଣ ପଶ୍ଚିମବଙ୍ଗ ଫେରନ୍ତା, 2ଜଣ ସୁରଟ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା, ଜଣେ ଦିଲ୍ଲୀ ଫେରନ୍ତା ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

ତେବେ ନିଳିଆବାଗରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ରାଜ୍ୟର 61 ନଂ ଓ ଜିଲ୍ଲାର ପ୍ରଥମ କୋରୋନା ଆକ୍ରାନ୍ତଙ୍କ ସ୍ତ୍ରୀ ବୋଲି ଜଣାପଡିଛି । ନିଳିଆବାଗ ଅଞ୍ଚଳ 21 ଦିନ କଣ୍ଟେନମେଣ୍ଟ ଜୋନ ଭାବେ କଟକଣା ହୋଇଥିଲା । ମହିଳା ଜଣଙ୍କ ଘରେ କ୍ବାରେଣ୍ଟାଇନରେ ଥିଲେ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.