ETV Bharat / state

ସୋନିଆ ଗାନ୍ଧୀଙ୍କୁ ED ଜେରା ନେଇ ବାଲେଶ୍ବର କଂଗ୍ରେସର ବିକ୍ଷୋଭ - ସୋନିଆଙ୍କୁ ଇଡି ଜେରା ନେଇ ବାଲେଶ୍ବର କଂଗ୍ରେସର ପ୍ରତିବାଦ

ମୋଦି ସରକାର ଆକ୍ରୋଶମୂଳକ ଭାବେ ରାହୁଲ ଗାନ୍ଧୀ ଓ ଏବେ ସୋନିଆ ଗାନ୍ଧୀଙ୍କୁ ତଦନ୍ତକାରୀ ଏଜେନ୍ସିଙ୍କ ଦ୍ବାରା ଅପଦସ୍ତ କରାଉଥିବା ଅଭିଯୋଗ କରିଛି କଂଗ୍ରେସ । ଏହାସହ କେନ୍ଦ୍ର ସରକାର ସବୁ ଦରଦାମ ବୃଦ୍ଧି ସାଙ୍ଗକୁ ମୁଢି ଚୁଡାରେ ଜିଏସଟି ଲଗାଇ ସାଧାରଣ ଲୋକଙ୍କ ପେଟକୁ ଲାତ ମାରୁଥିବା କହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ଦଳ । ଅଧିକ ପଢନ୍ତୁ

ବାଲେଶ୍ବରରେ ସୋନିଆ ଗାନ୍ଧୀଙ୍କୁ ଇଡି ଜେରା ନେଇ କଂଗ୍ରେସର ବିକ୍ଷୋଭ

author img

By

Published : Jul 22, 2022, 6:11 PM IST

ବାଲେଶ୍ଵର: କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା କଂଗ୍ରେସ । ମୋଦି ସରକାର ଆକ୍ରୋଶମୂଳକ ଭାବରେ ରାହୁଲ ଗାନ୍ଧୀ ଓ ଏବେ ସୋନିଆ ଗାନ୍ଧୀଙ୍କୁ ତଦନ୍ତକାରୀ ଏଜେନ୍ସିଙ୍କ ଦ୍ବାରା ଅପଦସ୍ତ କରାଉଥିବା ଅଭିଯୋଗରେ ପ୍ରତିବାଦ କରିଛି କଂଗ୍ରେସ ।

ବାଲେଶ୍ବରରେ ସୋନିଆ ଗାନ୍ଧୀଙ୍କୁ ଇଡି ଜେରା ନେଇ କଂଗ୍ରେସର ବିକ୍ଷୋଭ

ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜେରା କରିବା ପରେ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ମୋଦି ସରକାର ଆକ୍ରୋଶମୂଳକ ଭାବେ ରାହୁଲ ଗାନ୍ଧୀ ଓ ଏବେ ସୋନିଆ ଗାନ୍ଧୀଙ୍କ ହଇରାଣ କରୁଥିବା ଅଭିଯୋଗ ହୋଇଛି ।

ଏହାସହ କେନ୍ଦ୍ର ସରକାର ସବୁ ଦରଦାମ ବୃଦ୍ଧି ସାଙ୍ଗକୁ ମୁଢି ଚୁଡାରେ ଜିଏସଟି ଲଗାଇ ସାଧାରଣ ଲୋକଙ୍କ ପେଟକୁ ଲାତ ମାରୁଥିବା କହି ବିରୋଧ କରିଛି କଂଗ୍ରେସ । ଦେଶର ଅର୍ଥନୈତିକ ସ୍ଥିତି ବିଗୁଡୁଥିବାବେଳେ କିଛି ଧନୀ ଶ୍ରେଣୀୟ ବ୍ୟକ୍ତି ଆହୁରି ଧନୀ ହେଉଛନ୍ତି । ମାତ୍ର ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ ।

ଇଟିିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.