ETV Bharat / state

ନୀଳଗିରି ରଥଯାତ୍ରା ପ୍ରସ୍ତୁତି ବୈଠକରେ ହଟ୍ଟଗୋଳ - ବାଲେଶ୍ବର

ନୀଳଗିରି ରଥଯାତ୍ରା ପ୍ରସ୍ତୁତି ବୈଠକରେ ହେଲା ହଟ୍ଟଗୋଳ । ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ ଓ ରାଣୀଙ୍କ ମଧ୍ୟରେ କଥା କଟାକଟି । ଅଧିକ ପଢ଼ନ୍ତୁ...

commotion at meeting, Nilagiri's rath yatra preparation meeting, balasore news, ନୀଳଗିରି ରଥଯାତ୍ରା ପ୍ରସ୍ତୁତି ବୈଠକରେ ହଟ୍ଟଗୋଳ, ବାଲେଶ୍ବର, ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି
ନୀଳଗିରି ରଥଯାତ୍ରା ପ୍ରସ୍ତୁତି ବୈଠକରେ ହଟ୍ଟଗୋଳ
author img

By

Published : Jun 3, 2020, 4:14 PM IST

ବାଲେଶ୍ବର: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଚାଲିଥିବା ବେଳେ ପୂର୍ବତନ ବିଧାୟକ ଓ ରାଣୀଙ୍କ ମଧ୍ୟରେ କଥା କଟାକଟି ହୋଇ ବେଶ କିଛି ସମୟ ତୁମ୍ବିତୋଫାନ ଲାଗିଥିଲା।

ନୀଳଗିରି ରଥଯାତ୍ରା ପ୍ରସ୍ତୁତି ବୈଠକରେ ହଟ୍ଟଗୋଳ

ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ରଥଯାତ୍ରା କେମିତି ହେବ ସେନେଇ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଧାୟକ ସୁକାନ୍ତ ନାୟକ, ଉପଜିଲ୍ଲାପାଳ, ପୋଲିସ ଅଧିକାରୀ, ଠାକୁର ମାହାଲ ହେରିଟାରୀ ଟ୍ରଷ୍ଟି ସେମେତ ବିଭିନ୍ନ ପଦାଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ବୈଠକରେ ଉପଜିଲ୍ଲାପାଳଙ୍କ ବଦଳରେ ରାଣୀ ମନଜା ମଞ୍ଜରୀ ଦେବୀ ପ୍ରାରମ୍ଭିକ ଆଲୋଚନା କରିବାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ ଓ ରାଣୀଙ୍କ ମଧ୍ୟରେ ବେଶ କିଛି ସମୟ ହୋଇଥିଲା କଥା କଟାକଟି। ପୂର୍ବ ବର୍ଷର କାଠ କିଣା ହିସାବ ନେବାପାଇଁ କେନ୍ଦ୍ରମନ୍ତ୍ରୀ ଠାକୁର ମାହାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.