ବାଲେଶ୍ବର: ବସ୍ତା ବ୍ଲକ 15 ନଂ ଜୋନ୍ ଓ ଭୋଗରାଇ ବ୍ଲକ 34 ନଂ ଜିଲ୍ଲା ପରିଷଦ ଜୋନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନ ହୋଇଥିବା ବେଳେ 2ଟି ଜୋନ ପାଇଁ ମୋଟ 7 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଉପ-ଜିଲ୍ଲାପାଳଙ୍କ ନିକଟରେ ବିଜେଡ଼ିର 15 ନଂ ଜୋନ ପ୍ରାର୍ଥୀ ଭାବେ ମହାଦେବ ଦାସ ଓ 34 ନଂ ଜୋନର ପ୍ରାର୍ଥୀଭାବେ ରାଧିକାରାଣୀ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ବିଜେପିରୁ 15 ନଂ ଜୋନ୍ ପାଇଁ ଦେବାଶିଷ ମହାପାତ୍ର ଓ 34ନଂ ପାଇଁ ରବିନ୍ଦ୍ର ଜେନା ଏବଂ କଂଗ୍ରେସରୁ 15 ନଂ ଜୋନ୍ ପାଇଁ ସତ୍ୟନାରାୟଣ ଗୁପ୍ତା ଓ 34ନଂ ପାଇଁ ରାଜେନ୍ଦ୍ର ଦଳାଇ ନାମାଙ୍କନ ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବେ ଭଗବାନ ବେହେରା ନାମାଙ୍କନ ଦାଖଲ କରିଛନ୍ତି।
ଆସନ୍ତା 9 ତାରିଖରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପ୍ରକାଶିତ ବିଜ୍ଞାପ୍ତି ଅନୁସାରେ ଆସନ୍ତା 28 ତାରିଖରେ ଏହି ଦୁଇ ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ପ୍ରକାଶ ଥାଉକି, 15 ଓ 34ନଂ ଜିଲ୍ଲା ପରିଷଦ ଜୋନ୍ର ବିଜୟୀ ପ୍ରାର୍ଥୀଙ୍କ ଦେହାନ୍ତ ହୋଇଯାଇଥିବାରୁ ଗତ ମାର୍ଚ୍ଚମାସ 22 ତାରିଖରେ ନିର୍ବାଚନ କମିସନର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭରାତ