ETV Bharat / state

ଜଳେଶ୍ବର ଫାଟକରେ ଅଟକିଲେ ପଶ୍ଚିମବଙ୍ଗ ବର କନିଆଁ

author img

By

Published : Apr 23, 2021, 8:15 PM IST

ତନଖି ଫାଟକରେ ଅଟକିଲେ ପଶ୍ଚିମବଙ୍ଗ ବର କନିଆଁ । ଆରଟିପିସିଆର ରିପୋର୍ଟ ନ ଥିବାରୁ ହେଲେ ହଟହଟା । ଅଧିକ ପଢନ୍ତୁ...

bride and groom of West Bengal stopped at the Tanakhi Gate for rtpcr report
ତନଖି ଫାଟକରେ ଅଟକିଲେ ପଶ୍ଚିମବଙ୍ଗ ବର କନିଆଁ

ବାଲେଶ୍ବର: ପଶ୍ଚିମବଙ୍ଗରୁ ବିବାହ କରିବାକୁ ଓଡିଶା ଆସିଥିବା ବର ଓ କନିଆଁଙ୍କୁ ହଟହଟା ହେବାକୁ ପଡିଛି। ଜଳେଶ୍ବର ତନଖି ଫାଟକ ପାଖରେ ଚେକିଂ ଚାଲିଥିବା ବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ତନଖି ଫାଟକରେ ସଂକ୍ରମଣ ନ ବ୍ୟାପିବା ପାଇଁ କଡାକଡି ଯାଞ୍ଚ କରାଯାଉଛି। ପଶ୍ଚିମବଙ୍ଗରୁ ଆସୁଥିବା ଯାତ୍ରୀମାନଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିଲେ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବା ବାଧ୍ଯତାମୂଳକ କରିଛନ୍ତି ସରକାର ।

ତନଖି ଫାଟକରେ ଅଟକିଲେ ପଶ୍ଚିମବଙ୍ଗ ବର କନିଆଁ

ତେବେ ପଶ୍ଚିମବଙ୍ଗର 4ଟି ବରଯାତ୍ରୀ ଗାଡି ଏବଂ ଗୋଟିଏ କନ୍ଯା ପକ୍ଷ ଗାଡି ଓଡିଶାକୁ ବିବାହ କରିବା ପାଇଁ ଆସିଥିଲେ । ହେଲେ ଆରଟିପିସିଆର ନେଗେଟିଭ ରିପୋର୍ଟ ନ ଥିବାରୁ ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ସେମାନଙ୍କୁ ଅଟକା ଯାଇଥିଲା । ଓଡିଶାର ଧାମରା , ବାଲେଶ୍ବର , ପାରାଦ୍ବୀପ ଅଞ୍ଚଳକୁ ସେମାନେ ଯିବାର ଥିଲା। ସେହିଭଳି ପଶ୍ଚିମବଙ୍ଗର କନ୍ଯା ଜଣକ ମଧ୍ଯ ଓଡିଶାରେ ଏକ ମନ୍ଦିରରେ ବିବାହ ପାଇଁ ଆସିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.