ETV Bharat / state

ନେତାଙ୍କ ପ୍ରତିଶୃତି ପାଣିର ଗାର, ଭୋଟବର୍ଜନ ନିଷ୍ପତ୍ତି ନେଲେ ବରପଦା ଗ୍ରାମବାସୀ

author img

By

Published : Feb 4, 2022, 10:12 PM IST

ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗାଁଠୁ ସହର । ଜମିଲାଣି ପ୍ରଚାର ମଇଦାନ । ମାଳମାଳ ପ୍ରତିଶୃତିର ପାହାଡ ନେଇ ଗାଁକୁ ଛୁଟୁଛି ନେତାଙ୍କ ସୁଅ । ଏହାରି ମଧ୍ୟରେ ସମସ୍ୟାର ସମାଧାନ ନହୋଇ ଥିବାରୁ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ବରପଦା ଗାଁ ଲୋକେ । ଅଧିକ ପଢନ୍ତୁ

ନେତାଙ୍କ ପ୍ରତିଶୃତି ପାଣିରଗାର, ଭୋଟ ବର୍ଜନ ନିଷ୍ପତ୍ତି ନେଲେ ବରପଦା ଗାଁ ଲୋକେ

ବାଲେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗାଁଠୁ ସହର । ଜମିଲାଣି ପ୍ରଚାର ମଇଦାନ । ମାଳମାଳ ପ୍ରତିଶୃତିର ପାହାଡ ନେଇ ଗାଁକୁ ଛୁଟୁଛି ନେତାଙ୍କ ସୁଅ । ବିଭିନ୍ନ ସମସ୍ୟାର ସମାଧାନ ପ୍ରତିଶୃତି ଦିଆଯାଉଥିବା ବେଳେ ନିର୍ବାଚନ ସରିଲେ ପ୍ରତିଶୃତିକୁ ଯେମିତି ଭୁଲି ଯାଉଛନ୍ତି ନେତା । ନା ସମସ୍ୟା ଦୂର ହେଉଛି ନା ନେତାଙ୍କ ପ୍ରତିଶୃତି ରହୁଛି । ଫଳରେ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାର ବାହାନଗା ବ୍ଲକ କସବା ଜୟପୁର ପଞ୍ଚାୟତର ବରପଦା ଗ୍ରାମବାସୀ ।

ଗାଁ ମୁଣ୍ଡରେ ବସିବା ସହ ଗାଁକୁ କେହି ନେତା ଆସିଲେ ପଶିବାକୁ ଦେବେନାହିଁ ବୋଲି କହିଛନ୍ତି । କାହିଁକି ନା ନେତାମାନେ କେବଳ ନିର୍ବାଚନ ବେଳେ ଆସୁଛନ୍ତି ଆଉ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି। ପୁଣି ଜିତିବା ପରେ ଯେଉଁ କଥାକୁ ସେହିକଥା। ଗାଁ ର ସମସ୍ୟା ଯେମିତିକୁ ସେମିତି। ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ସ୍ଵାଧୀନତାକୁ 75 ବର୍ଷ ବିତିଯାଇ ଥିଲେ ମଧ୍ୟ ଏବେବି ଗାଁକୁ ରାସ୍ତା ନାହିଁ। ଏକ କିଲୋମିଟର ହିଡ଼ ରାସ୍ତାଟି କଷବା ଜୟପୁର ନୁଆହାଟରୁ ବରପଦା ଗାଁ କୁ ସଂଯୋଗ କରୁଛି। ପ୍ରତ୍ୟେକ ଦିନ ଏହି ଗାଁର ଲୋକମାନେ ହିଡ଼ ରାସ୍ତା ଦେଇ ଯିବାଆସିବା କରିଥାନ୍ତି। କିନ୍ତୁ ବର୍ଷା ହେଲେ କଥା ସରିଲା । ତେବେ ନିର୍ବାଚନୀ ସମୟରେ ଅନେକ ନେତା ଆସି ରାସ୍ତା ନିର୍ମାଣ ନେଇ ପ୍ରତିଶୃତି ଦେଉଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ହୋଇପାରିଲା ନାହିଁ ।

ଗ୍ରାମରେ ପାଖାପାଖି ୨ଶହ ଲୋକ ବସବାସ କରୁଥିବା ବେଳେ ସରକାରୀ ଯୋଜନା ଯେମିତି ସାତସପନ ପାଲଟିଛି ସ୍ଥାନୀୟ ଲୋକଙ୍କ ପାଇଁ । ରାସ୍ତା ସମସ୍ୟା ଠୁ ଆରମ୍ଭ କରି ପକ୍କା ଘର ଖଣ୍ଡିଏ ମଧ୍ୟ ପାଇପାରି ନାହାନ୍ତି ସ୍ଥାନୀୟ ଲୋକେ । ଫଳରେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.